B

b

ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏର ବିପୁଳ ବିଜୟ। ଏବେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା। ବିଜେପି, ଜେଡିୟୁ ଓ ଏଲଜେପି ପୃଥକ ପୃଥକ ଆଲୋଚନା। ରାଜ୍ୟରେ ବିଜେପି ଏକ ନମ୍ବର ପାର୍ଟି।

author-image

Bihar Election

Bihar Election Photograph: (OTV)

କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ । ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏର ବିପୁଳ ବିଜୟ ପରେ ଏବେ ମୁଖ୍ୟ ମନ୍ତ୍ରୀଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା। ଚଳିତ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୨୨ ତାରିଖରେ ଶେଷ ହେଉଥିବା ବେଳେ ବିଜେପି, ଜେଡିୟୁ ଓ ଏଲଜେପି ପୃଥକ ପୃଥକ ଆଲୋଚନା କରିବା ଚର୍ଚ୍ଚାର ବିଷୟ ପାଲଟିଛି।

ଖୁବଶୀଘ୍ର ଏନଡିଏ ବିଧାୟକଙ୍କ ବୈଠକ ବସିବାକୁ ଯାଉଛି। ରାଜ୍ୟରେ ବିଜେପି ଏକ ନମ୍ବର ପାର୍ଟି ଭାବେ ଉଭା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଚର୍ଚ୍ଚା ଜୋର ହେଉଛି। ନୀତିଶ ହିଁ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଜେଡିୟୁ ପକ୍ଷରୁ କୁହାଯାଉଥିବା ବେଳେ ବିଜେପି ସେମିତି କିଛି ସ୍ପଷ୍ଟ ସୂଚନା ଦେଇନାହିଁ। ବିହାରର ୨୪୩ ଆସନରୁ ଏନଡିଏ ୨୦୨ଟି ଆସନ ଜିତିଛି।

•    କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ ?
•    ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏର ବିପୁଳ ବିଜୟ
•    ଏବେ ମୁଖ୍ୟ ମନ୍ତ୍ରୀଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା
•    ବିଜେପି, ଜେଡିୟୁ ଓ ଏଲଜେପି ପୃଥକ ପୃଥକ ଆଲୋଚନା 
•    ଖୁବଶୀଘ୍ର ଏନଡିଏ ବିଧାୟକଙ୍କ ବୈଠକ ବସିବାକୁ ଯାଉଛି 
•    ରାଜ୍ୟରେ ବିଜେପି ଏକ ନମ୍ବର ପାର୍ଟି ଭାବେ ଉଭା 
•    ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଚର୍ଚ୍ଚା ଜୋର 
•    ନୀତିଶ ହିଁ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ: ଜେଡିୟୁ 
•    ବିହାରର ୨୪୩ ଆସନରୁ ୨୦୨ଟି ଆସନ ଜିତିଛି ଏନଡିଏ  

Scroll to Top