ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ତିନି ମାଓବାଦୀ
Published By: Kirti – Prameya-News7 Bureau | November 16, 2025 09:11 AM
NEWS7
ମାଲକାନଗିରି ୧୬।୧୧ : ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର । ଛତିଶଗଡ଼ ସୁକୁମା ଜିଲ୍ଲା ଚିନ୍ତାଗୁମ୍ଫା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବଡ଼ଧରଣର ଏନକାଉଣ୍ଟର କରାଯାଇଛି । ଯେଉଁଥିରେ ତିନି ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି ।
ଖବର ଅନୁଯାୟୀ, ଛତିଶଗଡ଼ ଚିନ୍ତାଗୁମ୍ଫା ଜଙ୍ଗଲରେ ମାଓବାଦୀମାନେ ଏକତ୍ରିତ ହୋଇ ଏକ ମେଳି କରୁଥିଲେ । ଯାହା ସଂପର୍କରେ ଗୁଇନ୍ଦା ସୂଚନା ପାଇଥିଲା ସୁରକ୍ଷାକର୍ମୀ । ଏହାପରେ ସୁରକ୍ଷାକର୍ମୀ, ଡିଆର, ସିଆରପିଏଫ୍ ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅପେରସେନ । ତେବେ ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରିଥିବା ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଏପିରିକି ମାଓବାଦୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପରେ ଯବାନଙ୍କ ପକ୍ଷରୁ ପୁରା ଅଞ୍ଚଳରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଯେଉଁଥିରେ ସୁରକ୍ଷାକର୍ମୀଙ୍କୁ ତିନି ଜଣ ମାଓବାଦୀଙ୍କ ମୃତଦେହ ମିଳିଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି । ଏପିରିକି ତିନୋଟି ବନ୍ଧୁକ ମଧ୍ୟ ଘଟଣାସ୍ଥଳରୁ ମିଳିଛି ।




