H

h

ହ୍ୟୁମାନ ସାଗରଙ୍କ ଅବସ୍ଥା ସଂକଟାପନ୍ନ। ସୁଧୁରୁନି ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ। ଅଚଳ ହେଇପଡ଼ିଛି ଶରୀରର ଏକାଧିକ ଅଙ୍ଗ। ଡାକ୍ତରୀ ଟିମ୍ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

author-image

HUMANE-SAGAR

HUMANE-SAGAR Photograph: (OTV)

ଓଲିଉଡର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି। ଭୁବନେଶ୍ବର ଏମ୍ସର ICUରେ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ଏମ୍ସର ଜରୁରୀକାଳୀନ ୱାର୍ଡର ICUରେ ଚିକିତ୍ସା ଚାଲିଛି। ସ୍ବାସ୍ଥ୍ୟରେ କୌଣସି ବି ଉନ୍ନତି ଆସିନି। ହ୍ୟୁମାନଙ୍କ ଲିଭର୍ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିଛି। ଆଗାମୀ କିଛି ଘଣ୍ଟା  ୭୨ ଘଣ୍ଟା ହ୍ୟୁମାନଙ୍କ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ବୋଲି ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର ଏମ୍ସର ଡାକ୍ତରୀ ଟିମ୍ ସହ କଥା ହେଲେ ସିଏମ୍ ମୋହନ ଚରଣ ମାଝୀ। ହ୍ୟୁମାନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତା ପ୍ରକଟ କଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ସୂଚନା ଅନୁସାରେ, ରାଜ୍ୟର ଜଣେ ଲୋକପ୍ରିୟ ପ୍ରତିଭାବାନ ସଙ୍ଗୀତଜ୍ଞଙ୍କ ଚିକିତ୍ସାରେ ସର୍ବୋତ୍ତମ ଉଦ୍ୟମ ଜାରି ରହିଛି। ଆବଶ୍ୟକ ହେଲେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Scroll to Top