ଉତ୍ତର ଭାରତରୁ ଆସୁଛି ଶୀତ ଲହର, ସତର୍କ କଲେ IMD

ଉତ୍ତର-ଭାରତରୁ-ଆସୁଛି-ଶୀତ-ଲହର,-ସତର୍କ-କଲେ-imd

ନୂଆଦିଲ୍ଲୀ ୧୫।୧୧: ପାଗ ପରିବର୍ତ୍ତନ ସହିତ ଉତ୍ତର ଭାରତରେ ଥଣ୍ଡା ଅନୁଭୂତ ହେଲାଣି। ପଶ୍ଚିମ ଓ ମଧ୍ୟ ଅଞ୍ଚଳରେ ତାପମାତ୍ରାରେ ତୀବ୍ର ହ୍ରାସ ହେଉଛି। ଏଣୁ ରାତିର ତାପମାତ୍ରା କମିବାରେ ଲାଗିଛି। ପାଣିପାଗ ବିଭାଗଙ୍କ ଅନୁମାନ ଅନୁସାରେ ନଭେମ୍ବର ୧୬ ତାରିଖ ବେଳକୁ ଉତ୍ତର ଭାରତର ଅନେକ ଅଞ୍ଚଳର ତାପମାତ୍ରା ୧୦ଡିଗ୍ରି ସେଲସିୟସରୁ ବି ତଳକୁ ଯାଇ ପାରେ। ଥଣ୍ଡା ଉତ୍ତରା ପବନ ସାଙ୍ଗକୁ ସଫା ଆକାଶ ଅନେକ ସ୍ଥାନରେ ଶୀତ ଲହର ଭଳି ପରିସ୍ଥିତି ସୃଷ୍ଟି କରିପାରେ ବୋଲି ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛନ୍ତି।

ଆଇଏମଡିଙ୍କ ପୂର୍ବାନୁମାନ ଅନୁସାରେ ଉତ୍ତରପ୍ରଦେଶ ପଶ୍ଚିମ ଓ ମଧ୍ୟ ଭାଗରେ ଶୀତ ଲହର ଚାଲିବାର ସମ୍ଭାବନା ରହିଛି। ଯେଉଁସବୁ ଜିଲ୍ଲାରେ ଶୀତ ଲହର ଚାଲିବ ସେଥିରେ ଉତ୍ତରପ୍ରଦେଶର ମିରଟ, ଗାଜିୟାବାଦ, ନୋୟେଡା, ବୁଲନ୍ଦସର, ବାଗପତ, ଶ୍ୟାମଲୀ, ମୁଜଫର ନଗର, ସାହାରାନପୁର, ହାପୁଡ, ମୁରାଦାବାଦ, ଆମରୋହା, ସମ୍ଭଲ, ବିଜନୌର, ବରେଲୀ, ରାମପୁର ଓ ବଦାୟୁ ଆଦି ଅଞ୍ଚଳ ରହିଛି। ଏବେ ଏହି ସବୁ ଜିଲ୍ଲାମାନଙ୍କରେ ସକାଳ ଓ ରାତିରେ ତାପମାତ୍ରା ତୀବ୍ର ହ୍ରାସ ହେବାରେ ଲାଗିଛି। ଏହାର ପ୍ରଭାବ ପଡୋଶୀ ରାଜ୍ୟମାନଙ୍କ ଉପରେ ମଧ୍ୟ ପଡିବ ବୋଲି ଆଇଏମଡି ପୂର୍ବାନୁମାନ କରିଛନ୍ତି।

ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ପବନର ବେଗ ବଢିବା ସହିତ ଥଣ୍ଡାର ପ୍ରଭାବ ଆହୁରି ଅଧିକ ଅନୁଭୂତ ହେବ। ପର୍ବତ୍ୟାଞ୍ଚଳରୁ ଆସୁଥିବା ବରଫ ପବନ ସାମାନ୍ୟରୁ ଅଧିକ ଥଣ୍ଡା ଅନୁଭୂତ କରିପାରେ। ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ବର୍ତ୍ତମାନ ସମୟରେ ବୟଷ୍କ ଓ ପିଲାଙ୍କ ଲାଗି ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡିବ। ଏଣୁ ଥଣ୍ଡା ବଢିଲେ ବିଳମ୍ବିତ ରାତ୍ରି ଓ ସକାଳେ ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

Scroll to Top