ଗାଡ଼ି ଛାଡିବାକୁ ନେଉଥିଲେ ଲାଞ୍ଚ, ଭିଡିଓ ଭାଇରାଲ୍ ପରେ ରରୁଆଁ ଥାନାର ASI ନିଲମ୍ବିତ

ଗାଡ଼ି-ଛାଡିବାକୁ-ନେଉଥିଲେ-ଲାଞ୍ଚ,-ଭିଡିଓ-ଭାଇରାଲ୍-ପରେ-ରରୁଆଁ-ଥାନାର-asi-ନିଲମ୍ବିତ

Published By : Prameya-News7 Bureau | August 08, 2025 IST

କରଞ୍ଜିଆ ୮।୮: ନିଲମ୍ବିତ ହେଲେ ଲାଞ୍ଚୁଆ ପୋଲିସ ବାବୁ । ମଟର ସାଇକେଲକୁ ରିଲିଜ କରିବାକୁ ନେଉଥିଲେ ଲାଞ୍ଚ । ଭିଡିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ । ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନାର ASI ମୀନକେତନ ପ୍ରଧାନ ଏକ ମଟର ସାଇକେଲକୁ ରିଲିଜ କରିବା ପାଇଁ ଦିନ ଦ୍ବିପ୍ରହରରେ ଲାଞ୍ଚ ନେଉଥିଲେ । ଯାହାର ଏକ ଭିଡିଓ ଭାଇରାଲ ହୋଇଥିଲା । ପରେ ଏ ନେଇ ଖବର ପ୍ରସାରଣ କରାଯାଇଥିଲା । ଖବର ପ୍ରସାରଣ ପରେ ଘଟଣାକୁ ଗୁରୁତ୍ବର ସହ ନେଇ ଉପଯୁକ୍ତ ତଦନ୍ତ କରିଥିଲେ ମୟୂରଭଞ୍ଜ ଏସ୍‌ପି । ମୟୁରଭଞ୍ଜ ଏସ୍‌ପି ସମ୍ପୃକ୍ତ ଲାଞ୍ଚୁଆ ପୋଲିସ ବାବୁଙ୍କୁ ନିଲମ୍ବିତ କରିଛନ୍ତି । ଏନେଇ ମୟୂରଭଞ୍ଜ ଏସ୍‌ପି ବରୁଣ ଘୁଣ୍ଟପାଲି ସୂଚନା ଦେଇଛନ୍ତି ।

You Can Read:

ମୟୂରଭଞ୍ଜର ଆଦିବାସୀ ମହିଳା ସୁରୁ ତିରିଆ ଯିବେ ରାଷ୍ଟ୍ରପତି ଭବନ, ନିମନ୍ତ୍ରଣ ପାଇ ଯେତିକି ଖୁସୀ ସେତିକି ଆଶ୍ଚର୍ଯ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top