M

m

ମୁଜାଫରପୁରରେ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ଘରେ ଶୋଇଥିବା ବେଳେ ଏହି ଘଟଣା ଘଟିଥିଲା। ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

author-image

Bihar

Bihar Photograph: (OTV)

ବିହାରର ମୁଜାଫରପୁରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ଘରେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।

ସୂଚନା ମୁତାବକ, ମୁଜାଫରପୁରର ମୋତିପୁର ବଜାରରେ ଏକ ଘରେ ଅଗ୍ନିକାଣ୍ଡ ଘଟି ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ଘଟିବା ସମୟରେ ପରିବାରର ସମସ୍ତେ ଶୋଇଥିଲେ। ଯେଉଁଥିପାଇଁ ସେମାନେ ଅଗ୍ନିକାଣ୍ଡ ସମୟରେ ଘରୁ ବାହାରି ପାରିଲେ ନାହିଁ। ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସ୍ଥାନୀୟ ଲୋକମାନେ ନିଆଁ ଲାଗିଥିବା ଦେଖି ଘଟଣାସ୍ଥଳରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହା ଏତେ ତୀବ୍ର ଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିଥିଲା। ସୂଚନା ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। 

ପୋଲିସ ପୋଡ଼ି ଯାଇଥିବା ୫ ଜଣ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ SKMCH ହସ୍ପିଟାଲକୁ ପଠାଇଛି। ଏବଂ ୫ ଜଣ ମୃତ୍ୟୁ ହୋଇଛି। ମୃତକମାନେ ଲାଲନ ସା, ତାଙ୍କ ମାଆ, ସ୍ତ୍ରୀ ଏବଂ ଦୁଇ ପିଲା ବୋଲି ଚିହ୍ନଟ କରାଯାଇଛି। 

ଡିଏସ୍ପି ପଶ୍ଚିମାଞ୍ଚଳ ସୁଚିତ୍ରା କୁମାରୀ କହିଛନ୍ତି ଯେ ମୋତିପୁରର ୱାର୍ଡ ୧୩ ରେ ଥିବା ଜେନା ସାହଙ୍କ ଘରର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି। ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସକାଳ ୪ଟାରୁ ୫ଟା ମଧ୍ୟରେ ଏକ କୋଠରୀରୁ ଚିତ୍କାର ଶୁଣି ପରିବାର ଲୋକେ ଅଗ୍ନିକାଣ୍ଡ ବିଷୟରେ ଜାଣିପାରିଲେ। ପରିବାର ଲୋକେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଚାଲିଛି।

Scroll to Top