B

b

ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବଙ୍କ ମେଣ୍ଟ ସମ୍ପୂର୍ଣ୍ଣ ଫେଲ୍ ମାରିଛି। କାମ ଦେଇନି ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଆଉ ରାହୁଲ ଗାନ୍ଧୀଙ୍କ “ଭୋଟ୍ ଚୋରି” ପ୍ରସଙ୍ଗ।

author-image

Why-Grand-Alliance-Lose

Why-Grand-Alliance-Lose Photograph: (OTV)

NDA ଦୁଇ-ତୃତୀୟାଂଶରୁ ଅଧିକ ବହୁମତ ସହିତ କ୍ଷମତାକୁ ଫେରିବା ପରେ, ମହାଗଠବନ୍ଧନ ଏକ ଅଭୁଲା ପରାଜୟର ସ୍ୱାଦ ଚାଖିଛି। ନିର୍ବାଚନ ପୂର୍ବରୁ ୮୦ରୁ ଅଧିକ ଆସନ ପାଇଁ ଦାବି କରିଥିବା କଂଗ୍ରେସ ସାଙ୍ଘାତିକ ଭାବେ ମାଟି କାମୁଡିଛି। ଏଭଳି ପରାଜୟ ମହାଗଠବନ୍ଧନ ଉପରେ ଦୁଃଖ ଏବଂ ହତାଶାର ବାଦଲ ଢାଙ୍କି ଦେଇଛି।

ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବଙ୍କ ମେଣ୍ଟ ସମ୍ପୂର୍ଣ୍ଣ ଫେଲ୍ ମାରିଛି। କାମ ଦେଲାନି ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଆଉ ରାହୁଲ ଗାନ୍ଧୀଙ୍କ “ଭୋଟ୍ ଚୋରି” ପ୍ରସଙ୍ଗ। ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ମହାଗଠବନ୍ଧନକୁ କାହିଁକି ଏତେ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡିଲା? ଏମିତି କ’ଣ ଭୁଲ ହୋଇଗଲା, ଯାହା ପୁଣି ଥରେ ତେଜସ୍ୱୀ ଯାଦବଙ୍କୁ କ୍ଷମତା ଆସନରୁ ଦୂରେଇ ଦେଲା?

•    ତେବେ ସବୁଠାରୁ ବଡ ଆଉ ସାଙ୍ଘାତିକ ଭୁଲ୍ ହେଲା, ନିର୍ବାଚନ ପୂର୍ବରୁ ମହାଗଠବନ୍ଧନ ଭିତରେ ବଡ଼ ଲଢ଼େଇ। ନାମାଙ୍କନର ଶେଷ ସମୟ ପର୍ଯ୍ୟନ୍ତ ସିଟ୍ ବଣ୍ଟନକୁ ନେଇ ହୋଇପାରିଲା ନାହିଁ ବୁଝାମଣା।

•    ସିଟ୍ ବଣ୍ଟାକୁ ନେଇ ଅସନ୍ତୋଷ ମଧ୍ୟରେ, ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଘୋଷଣା କରିବାକୁ କଂଗ୍ରେସ ସଂକୋଚ କରିଥିଲା। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଏକ ବୈଠକରେ ମହାଗଠବନ୍ଧନ ଦଳଗୁଡ଼ିକ ମଧ୍ୟରେ ଫାଟ ସ୍ପଷ୍ଟ ଭାବରେ ଦେଖାଦେଇଥିଲା।

•    ରାହୁଲ ଗାନ୍ଧୀଙ୍କ ପ୍ରଚାର ମଧ୍ୟ ନିଷ୍କ୍ରିୟ ଥିଲା। ସେ ଭୋଟ ଚୋରି ପ୍ରସଙ୍ଗରେ ଏକ ବଡ଼ ବାଜି ଲଗାଇଥିଲେ ମଧ୍ୟ ଏହା ଏକ ପ୍ରମୁଖ ସ୍ଥାନୀୟ ପ୍ରସଙ୍ଗ ହୋଇ ନଥିଲା।

•    ବିଜେପି-ଜେଡିୟୁ ସରକାର ଦ୍ୱାରା ଶେଷ ମାସଗୁଡ଼ିକରେ ବଣ୍ଟା ଯାଇଥିବା ଉପହାରକୁ ଜନସାଧାରଣ ସ୍ୱାଗତ କରିଥିଲେ। ୧ କୋଟି ୨୫ ଲକ୍ଷ ମହିଳାଙ୍କୁ ଏକକାଳୀନ ୧୦ ହଜାର ଟଙ୍କା ପ୍ରଦାନ ଏକ ବଡ ଟର୍ନିଙ୍ଗ୍ ପଏଣ୍ଟ୍ ହୋଇଗଲା।

•    ସୀମାଞ୍ଚଳର କିଛି ସିଟ୍‌କୁ ଛାଡିଦେଲେ, କଂଗ୍ରେସ ଅନ୍ୟ ଅଞ୍ଚଳରେ ଏହାର ସହଯୋଗୀ ଦଳଗୁଡିକର ଭୋଟକୁ ସୁରକ୍ଷିତ କରିପାରିଲା ନାହିଁ। ଗତଥର ଜିତିଥିବା ସିଟ୍‌ ଗୁଡ଼ିକରେ ମଧ୍ୟ ଏହାର ପ୍ରଦର୍ଶନ ଦୁର୍ବଳ ହେଲା।

ଏହିସବୁ ପ୍ରମୁଖ କାରଣ ମହାଗଠବନ୍ଧନର ପରାଜୟର କାରଣ ହୋଇପାରେ ବୋଲି ସ୍ପଷ୍ଟ ଅନୁମାନ କରାଯାଉଛି।

Scroll to Top