B

b

ବିହାରରେ ଏନଡିଏ ବିପୁଳ ବିଜୟ ପରେ ପ୍ରଶ୍ନ କିଏ ହେବେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଏଥର ଅଧିକ ଆସନ ପାଇ ବଡ଼ ଭାଇ ଭୂମିକାରେ ବିଜେପି। ଜେଡିୟୁ ୮୫ ସିଟ୍ ପାଇଥିବା ବେଳେ ବିଜେପି ପାଇଛି ୮୯ଟି ସିଟ୍।

author-image

BIHAR_ELECTION

BIHAR_ELECTION Photograph: (OTV)

ବିହାରରେ ଏନଡିଏ ବିପୁଳ ବିଜୟ ପରେ ଏବେ ପ୍ରଶ୍ନ, କିଏ ହେବେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏଥର ନିର୍ବାଚନରେ ଜେଡିୟୁଠୁ ଅଧିକ ଆସନ ପାଇ ବଡ଼ ଭାଇ ଭୂମିକା ନେଇଛି ସହଯୋଗୀ ବିଜେପି। ଜେଡିୟୁ ୮୫ ସିଟ୍ ପାଇଥିବା ବେଳେ ବିଜେପି ପାଇଛି ୮୯ଟି ସିଟ୍। 
ଏଥର ସଂଖ୍ୟା ଥିବାରୁ ମୁଖ୍ୟମନ୍ତ୍ରୀ ପଦ ବିଜେପି ହାତକୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ସେଭଳି ହୁଏ ତେବେ ନୀତିଶ କୁମାରଙ୍କ ଭାଗ୍ୟ କୁଆଡ଼େ ଯିବ। ତାଙ୍କୁ ପୃଥକ ଦାୟିତ୍ୱ ଦିଆଯାଇପାରେ ବୋଲି ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ସେପଟେ ବିଜେପି ଅଧିକ ସିଟ୍ ପାଇବା ସତ୍ତ୍ବେ ନୀତୀଶ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। 
ବିହାରରେ ଦୋ ଶହ ପାର କରିଛି ନୀତୀଶ-ମୋଦିଙ୍କ ଯୋଡ଼ି । ବିରୋଧୀ ମହଗଠବନ୍ଧନ ଜଳକା ପାଲଟିଛି। ବିହାରୀ ଭୋଟରଙ୍କୁ ମନାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ ସଫଳ ହେଲେ ଯେଉଁଥିପାଇଁ ଦଳ ଏକକ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ପାଇଛି।


•    କିଏ ହେବେ ବିହାର ମୁଖ୍ୟମନ୍ତ୍ରୀ ?
•    ବିହାରରେ ଏନଡିଏ ବିପୁଳ ବିଜୟ ପରେ ପ୍ରଶ୍ନ
•    କିଏ ହେବେ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?
•    ଏଥର ଅଧିକ ଆସନ ପାଇ ବଡ଼ ଭାଇ ଭୂମିକାରେ ବିଜେପି
•    ଜେଡିୟୁ 85 ସିଟ୍ ପାଇଥିବା ବେଳେ ବିଜେପି ପାଇଛି 89ଟି ସିଟ୍
•    ବିଜେପି ନା ଜେଡିୟୁ ହାତରେ ରହିବ ମୁଖ୍ୟମନ୍ତ୍ରୀ ପଦ ?

Scroll to Top