N

n

ଜାମ୍ମୁ ଓ କାଶ୍ମୀର ନୌଗାମ ଥାନାରେ ବଡ଼ ବିସ୍ଫୋରଣ। ବିସ୍ଫୋରଣରେ ଉଡ଼ିଲା ନୌଗାମ୍ ଥାନା। ୭ ଜଣଙ୍କ ମୃତ୍ୟୁ, ୨୫ରୁ ଅଧିକ ଆହତ ସୂଚନା। ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଜୀବନ ଯାଇଛି।

author-image

Nowgam Blast

Nowgam Blast Photograph: (OTV)

ଜାମ୍ମୁ ଓ କାଶ୍ମୀର ନୌଗାମ ଥାନାରେ ବଡ଼ ବିସ୍ଫୋରଣ। ବିସ୍ଫୋରଣରେ ଉଡ଼ିଗଲା ଥାନା। ୯ ଜଣଙ୍କ ମୃତ୍ୟୁ ହୋଇଥସିବା ବେଳେ ୨୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣରେ ବହୁ ପୋଲିସ ଅଧିକାରୀ, କର୍ମଚାରୀଙ୍କ ଜୀବନ ଯାଇଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ନୌଗାମ୍ ଥାନାରେ ଏହି ବିସ୍ଫୋରଣ ହୋଇଛି। ଦେଶର ବିଭିନ୍ନ ରାଜ୍ୟରୁ ହ୍ବାଇଟ୍ କୋଲାର ଟେରଲ ମଡ୍ୟୁଲର ପର୍ଦ୍ଦାଫାସ କରି ଦେଶବ୍ୟାପୀ ଆତଙ୍କୀ ନେଟୱର୍କର ପର୍ଦ୍ଦାଫାସ କରିଥିଲା ଏହି ନୌଗାମ ଥାନା ପୋଲିସ। ଏଥିପାଇଁ ସାରା ଦେଶରେ ଚର୍ଚ୍ଚାରେ ଥିଲା ନୌଗାମ୍ ଥାନା ପୋଲିସ। 
କୁହାଯାଉଛି, ହରିୟାଣାର ଫରିଦାବାଦରୁ ଯେଉଁ ବିପୁଳ ବିସ୍ଫୋରକ ଜବତ ହୋଇଥିଲା, ତାକୁ ଏହି ଜାମ୍ମୁ ଓ କାଶ୍ମୀର ପୋଲିସ ଏହି ନୌଗାମ୍ ଥାନାରେ ରଖିଥିଲା। ଗତକାଲି ପୋଲିସ ଓ ଫୋରେନସିକ୍ ଟିମ୍ ଏହି ବିସ୍ଫୋରକକୁ ଯାଞ୍ଚ୍ କରୁଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଥାନା ସମେତ ଆଖାପାଖ ଅନେକ ଘର ମଧ୍ୟ ଉଡ଼ିଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। 
ଏପଟେ ବିସ୍ଫୋରଣ ଖବର ମିଳିବା ପରେ ଘଟଣାସ୍ଥଳରେ ବହୁସଂଖ୍ୟାରେ ସୁରକ୍ଷା ବାହିନୀକୁ ମୁତୟନ କରାଯାଇଥିଲା। ସ୍ନିପର ଡଗ୍ ସହ ପୋଲିସର ବରିଷ୍ଠ ଅଧିକାରୀ ନାଓଗମ୍ ଥାନାରେ ପହଞ୍ଚିଥିଲେ। ରାତି ସାରା ଖାନତଲାସୀ ଚାଲିଥିଲା। ପୁରା ଥାନା ପରିସରକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା। 
ପ୍ରାଥମିକ ଅବସ୍ଥାରେ ଏହା ଆତଙ୍କବାଦୀଙ୍କ କାର୍ଯ୍ୟ ନୁହେଁ ବୋଲି ଜଣାପଡ଼ିଛି। ତେବେ ଏହି ବିସ୍ଫୋରଣ କେମିତି ଓ କେଉଁ ପରିସ୍ଥିତିରେ ଘଟିଲା, ସେ ସମ୍ପର୍କରେ ତଦନ୍ତ ଚାଲିଛି। ସେପଟେ ଆହତମାନଙ୍କୁ ସ୍ଥଳସେନାର ୯୨ ବେସ୍ ହସ୍ପିଟାଲ ଓ ସ୍କିମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି।
•    ବିସ୍ଫୋରଣରେ ଉଡ଼ିଲା ନୌଗାମ୍ ଥାନା
•    ଜାମ୍ମୁ ଓ କାଶ୍ମୀର ନୌଗାମ ଥାନାରେ ବଡ଼ ବିସ୍ଫୋରଣ
•    ବିସ୍ଫୋରଣରେ ଉଡ଼ିଗଲା ନୌଗାମ୍ ଥାନା
•    7 ଜଣଙ୍କ ମୃତ୍ୟୁ, 25ରୁ ଅଧିକ ଆହତ ସୂଚନା
•    ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଜୀବନ ଯାଇଛି
•    କାଲି ବିଳମ୍ବିତ ରାତିରେ ଘଟିଛି ବଡ଼ ବିସ୍ଫୋରଣ 
•    ଡାକ୍ତର ଟେରର ମଡ୍ୟୁଲ ପର୍ଦ୍ଦାଫାସ କରିଥିଲା ନୌଗାମ୍ ପୋଲିସ
•    ଦେଶବ୍ୟାପୀ ଆତଙ୍କୀ ନେଟୱର୍କର ପର୍ଦ୍ଦାଫାସ କରିଥିଲା
•    ଫରିଦାବାଦରୁ ଜବତ ବିସ୍ଫୋରକରୁ ବିସ୍ଫୋରଣ
•    ପୋଲିସ ଓ ଫୋରେନସିକ୍ ଟିମର ଯାଞ୍ଚ୍ ବେଳେ ବିସ୍ଫୋରଣ

Scroll to Top