P

p

ବିହାରରେ ବିଜେପିର ବିଶାଳ ବିଜୟ ପରେ… ମୋଦିଙ୍କ ଭିନ୍ନ ଅନ୍ଦାଜ। ଗାମୁଛା ବୁଲାଇଲେ, ସେଲିବ୍ରେଟ୍ କଲେ। ନିର୍ବାଚନ ପ୍ରଚାର ବେଳେ ବି ଏମିତି ଗାମୁଛା ବୁଲାଉଥିଲେ।

author-image

PM Narendra Modi

PM Narendra Modi Photograph: (OTV)

ମୋଦିଙ୍କ ଭିନ୍ନ ଅନ୍ଦାଜ, ଗାମୁଛା ବୁଲାଇଲେ, ସେଲିବ୍ରେଟ୍ କଲେ। ବିହାରରେ ବିଜେପିର ବିଶାଳ ବିଜୟ ପରେ ଆଜି ଦିଲ୍ଲୀ ବିଜେପି ପାର୍ଟି ଅଫିସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ମୋଦିଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିହାରର ପାରମ୍ପରିକ ଗାମୁଛା ଦେଇ ସ୍ବାଗତ କରିଥିଲେ। 
ହେଲେ ଏଇ ସମୟରେ ମୋଦି ଏହି ଗାମୁଛାକୁ ହାତରେ ବୁଲାଇଥିଲେ। ବିଜୟର ଉଲ୍ଲାସକୁ ସାରା ଦେଶକୁ ଜଣାଇବା ସହ ବିହାରର ନିଆରା ଷ୍ଟାଇଲ୍ କୁ ଦର୍ଶାଇଥିଲେ। ସେଠି ଉପସ୍ଥିତ ଥିବା ବାକି କର୍ମୀ ବି ସେମିତି କରିଥିଲେ। ନିର୍ବାଚନ ପ୍ରଚାର ବେଳେ ବି ମୋଦି ଏମିତି ଗାମୁଛା ବୁଲାଇ କ୍ୟାମ୍ପେନିଂ କରିଥିବା ଦେଖିବାକୁ ମିଳିଥିଲା। ଲୋକେ ବି ମୋଦିଙ୍କ ଏହି ଅନ୍ଦାଜକୁ ବେଶ୍ ପସନ୍ଦ କରିଛନ୍ତି।

Scroll to Top