ନୂଆପଡ଼ା ଉପନିର୍ବାଚନରେ ବିଜୟୀ ହେଲେ ଜୟ ଢୋଲକିଆ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆପଡ଼ା-ଉପନିର୍ବାଚନରେ-ବିଜୟୀ-ହେଲେ-ଜୟ-ଢୋଲକିଆ,-ଶୁଭେଚ୍ଛା-ଜଣାଇଲେ-ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ତାଙ୍କ ବିଜୟକୁ ନେଇ ବିଜେପି ବେଶ୍ ଉତ୍ସାହିତ ଥିବାବେଳେ। ଜୟଙ୍କୁ ଚାରିଆଡ଼ୁ ଛଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟାରେ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେହିଭଳି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ନୂଆପଡ଼ାରେ ବିଜେପିର ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ଼ ନେତୃତ୍ବ ଉପରେ ଆସ୍ଥା ଅଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବର ଭରସା ଅଛି।’’

ସେହିଭଳି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଏହି ବିଜୟ ପାଇଁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ କହିଛନ୍ତି ‘‘ମୋହନ ବାବୁଙ୍କ ଉପରେ ବିଶ୍ବାସ ରଖିଛନ୍ତି ଓଡ଼ିଶାବାସୀ। ଯାହା ପ୍ରତିଶ୍ରୁତି ଦେଇଥିଲୁ ତାକୁ ପାଳନ କରିଛୁ। ନୀତିଗତ ନିଷ୍ପତ୍ତିକୁ ପାଳନ କରିଛୁ।’’

ସୂଚନାଥାଉକି, ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍ ମିଳିଛି। ସେହିଭଳି ବିଜେଡିକୁ ମିଳିଛି ୩୮, ୪୦୮ ଖଣ୍ଡ ଭୋଟ୍।

Scroll to Top