ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା, ଏସଡିଜେଏମ କୋର୍ଟରେ ୪ ପିଟିସନ ଖାରଜ

ଆଇନଜୀବୀ-ପୀତବାସ-ପଣ୍ଡା-ହତ୍ୟାକାଣ୍ଡ-ମାମଲା,-ଏସଡିଜେଏମ-କୋର୍ଟରେ-୪-ପିଟିସନ-ଖାରଜ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା। ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ ତାଙ୍କ ସାମ୍ବିଧାନିକ ମୌଳିକ ଅଧିକାର ଉଲ୍ଲଘଂନ ଦର୍ଶାଇ ହୋଇଥିବା ପିଟିସନକୁ ଖାରଜ କରିଛନ୍ତି ବ୍ରହ୍ମପୁର ଏସଡିଜେଏମ କୋର୍ଟ। ବିକ୍ରମ ପଣ୍ଡାଙ୍କ ପିଟିସନ ସମେତ ମାମଲାରେ ୪ ପିଟିସନ ଖାରଜ କରିଛନ୍ତି କୋର୍ଟ। ହେଲେ ରାୟକୁ ଚ୍ୟାଲେଞ୍ଜ କରି ଉପର କୋର୍ଟ ଯିବେ ବୋଲି ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକ।

ସୂଚନାଥାଉକି, ଗତ ୨୧ ତାରିଖ ରାତିରେ ବିକ୍ରମଙ୍କୁ ହୋଇଥିବା ଗିରଫ ଘଟଣା ସାମ୍ବିଧାନିକ ମୌଳିକ ଅଧିକାରକୁ ଉଲ୍ଲଘଂନ କରିଥିବା ନେଇ ଅଭିଯୋଗ ଆଣିଥିଲେ ବିକ୍ରମଙ୍କ ଓକିଲ। ବିକ୍ରମଙ୍କୁ ଭୁଲ ଭାବେ ଗିରଫ କରାଯାଇଥିବା ଯୋଗୁ ମାମଲାରୁ ଛାଡ଼ ପାଇଁ ପିଟିସନ ଦାଖଲ କରିଥିଲେ।

କିନ୍ତୁ କୋର୍ଟ ଉଭୟ ପକ୍ଷର ଯୁକ୍ତିକୁ ଶୁଣିଥିଲେ। ମାମଲାରେ ବିକ୍ରମଙ୍କ ସମ୍ପୃକ୍ତି ଥିବା ଏବଂ ଉଚିତ ଭାବେ ଗିରଫ କରାଯାଇଥିବା ହୃଦବୋଧ କରି ପିଟିସନକୁ ଖାରଜ କରିଥିବା କହିଛନ୍ତି ପବ୍ଲିକ୍ ପ୍ରସିକ୍ୟୁଟର। ଏସଡିଜେଏମ୍ କୋର୍ଟ ବିକ୍ରମଙ୍କ ରିମାଣ୍ଡ ମଞ୍ଜୁର କରିଥିବା ଯୋଗୁ ଏହି ପିଟିସନକୁ ମଞ୍ଜୁର କରିପାରିବେ ନାହିଁ ବୋଲି ଦର୍ଶାଇଛନ୍ତି । ଏହା ସହ ଦାଖଲ ହୋଇଥିବା ୪ଟି ପିଟିସନ ଉପରେ ଅଦାଲତରେ ଉଭୟ ପକ୍ଷର ଯୁକ୍ତିକୁ ଶୁଣି ରାୟ ଦେଇଛନ୍ତି କୋର୍ଟ।

Scroll to Top