ବାଲିଯାତ୍ରାରେ ଦଳାଚକଟା ପରିସ୍ଥିତିକୁ ସ୍ବୀକାର କଲେ ପୋଲିସ ଡିଜି, କହିଲେ ବଡ଼ ଷ୍ଟାରଙ୍କ ଶୋ’ ଆୟୋଜନ ପୂର୍ବରୁ ପ୍ରଶାସନ ଚିନ୍ତା କରିବା ଆବଶ୍ୟକ

ବାଲିଯାତ୍ରାରେ-ଦଳାଚକଟା-ପରିସ୍ଥିତିକୁ-ସ୍ବୀକାର-କଲେ-ପୋଲିସ-ଡିଜି,-କହିଲେ-ବଡ଼-ଷ୍ଟାରଙ୍କ-ଶୋ’-ଆୟୋଜନ-ପୂର୍ବରୁ-ପ୍ରଶାସନ-ଚିନ୍ତା-କରିବା-ଆବଶ୍ୟକ

ବାଲିଯାତ୍ରାରେ ଦଳାଚକଟା ପରିସ୍ଥିତିକୁ ସ୍ବୀକାର କଲେ ପୋଲିସ ଡିଜି, କହିଲେ ବଡ଼ ଷ୍ଟାରଙ୍କ ଶୋ’ ଆୟୋଜନ ପୂର୍ବରୁ ପ୍ରଶାସନ ଚିନ୍ତା କରିବା ଆବଶ୍ୟକ

Published By: Chikun – Prameya-News7 Bureau | November 14, 2025 10:07 PM

NEWS7

Police DG admits to chaotic situation during Bali Jatra

କଟକ: ଗୁରୁବାର ବାଲିଯାତ୍ରାର ଶେଷ ସଂଧ୍ୟାରେ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମ ସମୟରେ ଅସମ୍ଭାଳ ଭିଡ଼ ହୋଇଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ, ଦଳଚକଟା ଯୋଗୁ ୫ ଜଣ ଆହତ ହୋଇଥିଲେ। ଆଉ ଏମିତିରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୃଦୁ ଲାଠି ଚାର୍ଜ ମଧ୍ୟ କରିଥିଲା।

ଏହି ଘଟଣାକୁ ଘଟଣାକୁ ହାଲୁକା ଭାବେ ନେବ ସହ ଏଭଳି କୌଣସି ଅଘଟଣ ଘଟିନଥିବା କହିଥିଲେ ପୋଲିସ କମିଶନର। ତେବେ ଶୁକ୍ରବାର କଟକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅବ୍ୟବସ୍ଥାକୁ ପୋଲିସ ଡିଜି ସ୍ବୀକାର କରିବା ସହ ମେଗା ଷ୍ଟାର ଆସିଲେ ଭିଡ଼ ଅସମ୍ଭାଳ ହେବା ସ୍ବାଭାବିକ ବୋଲି କହିଛନ୍ତି। ଅସମ୍ଭାଳ ଭିଡ଼ ପାଇଁ ଏପରି ପରିସ୍ଥିତି ସୃଷ୍ଟି ହେଲା ସ୍ବୀକାର କରିଛନ୍ତି ପୋଲିସ ଡିଜି। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, କାହାର ବିଶେଷ କିଛି କ୍ଷତି ହୋଇନାହିଁ। କିନ୍ତୁ ବାଲିଯାତ୍ରାକୁ ବଡ଼ ବଡ଼ ଷ୍ଟାରଙ୍କ ଶୋ’ ଆୟୋଜନ ପୂର୍ବରୁ ପ୍ରଶାସନ ଚିନ୍ତା କରିବା ଆବଶ୍ୟକ।

Scroll to Top