ଏହା ପୁରା ଦେଶକୁ ବିହାର ଭୋଟରଙ୍କ ସଂକେତ ‘ଭୋଟର ଲିଷ୍ଟ ସୁଧିକରଣ’ ଜରୁରି: ଅମିତ ଶାହ

ଏହା-ପୁରା-ଦେଶକୁ-ବିହାର-ଭୋଟରଙ୍କ-ସଂକେତ-‘ଭୋଟର-ଲିଷ୍ଟ-ସୁଧିକରଣ’-ଜରୁରି:-ଅମିତ-ଶାହ

ନୂଆଦିଲ୍ଲୀ ୧୪।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ପ୍ରଥମ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ଯେ ଏହା ବିକଶିତ ବିହାର ସ୍ୱପ୍ନ ଉପରେ ଭରସା କରୁଥିବା ପ୍ରତ୍ୟେକ ନାଗରିକଙ୍କ ବିଜୟ। ଏଥିରେ ବିପକ୍ଷଙ୍କୁ ଟାର୍ଗେଟ କରି ଶାହ କହିଛନ୍ତି ଯେ ଯେ କୌଣସି ରୂପେ ଧରି ଆସ ଜଙ୍ଗଲରାଜ ଓ ତୁଷ୍ଟିକରଣ ରାଜନୀତି କରୁଥିବା ଲୋକଙ୍କୁ ଜନତା ଆଉ ସୁଯୋଗ ଦେବେନି। ବିହାରରେ ଲୋକଙ୍କ ଗୋଟିଏ ଗୋଟିଏ ଭୋଟ ସେହି ଅନୁପ୍ରବେଶକାରୀ ଓ ସଂରକ୍ଷକଙ୍କ ବିରୋଧରେ ଆମ ସରକାରଙ୍କ କଡ଼ାନୀତି ଉପରେ ବିଶ୍ୱାସକୁ ଦର୍ଶାଉଛି, ଯେଉଁମାନେ ଦେଶର ସୁରକ୍ଷା ଓ ସଂସାଧନ ସହ ଖେଳୁଛନ୍ତି।

यह ‘विकसित बिहार’ में विश्वास रखने वाले हर बिहारवासी की जीत है।

जंगलराज और तुष्टीकरण की राजनीति करने वाले किसी भी भेष में आएँ, उन्हें लूटने का मौका नहीं मिलेगा। जनता अब सिर्फ और सिर्फ ‘Politics of performance’ के आधार पर जनादेश देती है।
श्री @narendramodi जी, श्री @NitishKumar

— Amit Shah (@AmitShah) November 14, 2025

ଭୋଟ ବ୍ୟାଙ୍କ ରାଜନୀତିରେ ଅନୁପ୍ରବେଶକାରୀଙ୍କୁ ସଂରକ୍ଷଣ ଦେଉଥିବା ଲୋକଙ୍କୁ ଜନତା କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ବିହାର ଭୋଟରମାନେ ସାରା ଦେଶକୁ ଭୋଟର ଲିଷ୍ଟ ସୁଧିକରଣ ନିତ୍ୟାନ୍ତ ଜରୁରି ବୋଲି ସଂକେତ ଦେଇଛନ୍ତି। ତେବେ ଏହାକୁ ନେଇ ରାଜନୀତି କରୁଥିବା ଲୋକଙ୍କ ଲାଗି ଏବେ ଦେଶରେ ଆଉ ସ୍ଥାନ ନାହିଁ। ଏହି କାରଣରୁ ବିହାରରେ ରାହୁଲ ଗାନ୍ଧିଙ୍କ କଂଗ୍ରେସ ଆଜି ସବୁଠୁ ପଛରେ ପଡିଯାଇଛି। ଅମିତ ଶାହ କହିଛନ୍ତି ଯେ ଆଜି ଜନତା କେବଳ ପରଫର୍ମାନ୍ସ ର ରାଜନୀତିକୁ ଗୁରୁତ୍ୱ ଦେଉଛନ୍ତି। ଏଣୁ ତୁଷ୍ଟିକରଣର ରାଜନୀତି ଦେଶରେ ଆଉ ଚଳିବନି ବୋଲି କହିଛନ୍ତି।

ତେବେ ବିହାରରେ ମେଣ୍ଟର ଏହି ବିଜୟ ପାଇଁ ବୁଥସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଶ୍ରମ ରହିଛି। ଏଥି ପାଇଁ ମୁଁ ସେମାନଙ୍କୁ ପ୍ରଣାମ କରୁଛି। ଏହା ସହିତ ଶାହ ବିହାରର ଜନତା, ଖାସ କରି ମହିଳାଙ୍କ ପ୍ରତି ତାଙ୍କର ସଂକଲ୍ପକୁ ଦୋହରାଇଛନ୍ତି। ସେ କହିଛନ୍ତି ବିହାରର ଜନତା ବିଶେଷ କରି ଆମର ମା ଓ ଭଉଣୀଙ୍କୁ ଭରସା ଦେଉଛି ଯେ ସେମାନେ ଯେଉଁ ଅପେକ୍ଷା ଓ ବିଶ୍ୱାସର ସହିତ ଏନଡିଏକୁ ବହୁମତ ଦେଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମର ଏନଡିଏ ସରକାର ତା ଠୁ ବି ଅଧିକ ସମର୍ପଣ ଓ ନିଷ୍ଠାର ସହ ଆପଣଙ୍କ ସବୁ ଆଶା ପୂରଣ କରିବ।

Scroll to Top