ଚେନ୍ନାଇରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ପାଇଲଟ
Published By: Chikun – Prameya-News7 Bureau | November 14, 2025 04:42 PM
NEWS7

ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ବିମାନ। ଚେନ୍ନାଇ ଚେଙ୍ଗଲପଟ୍ଟ ଜିଲ୍ଲାର ତାମ୍ବାରମ ନିକଟରେ ଭାରତୀୟ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ‘ପିଲାଟସ୍ PC-7’ ନାମକ ଏହି ଏୟାରକ୍ରାଫ୍ଟ ଏହାର ରୁଟିନ୍ ଟ୍ରେନିଂ ମିଶନ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତେବେ ସୌଭାଗ୍ୟବଶତଃ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ପାଇଲଟ ସୁରକ୍ଷିତ ଭାବରେ ବାହାରି ଆସିଥିଲେ।
ପିଟିଆଇ ଜାରି କରିଥିବା ଏକ ଭିଡିଓରେ, ଦୁର୍ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ମାଟି ଉପରେ ପଡ଼ିଥିବାର ଦେଖାଯାଉଛି ଏବଂ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ଏକାଠି ହୋଇଛନ୍ତି।




