‘ଦେଢ଼ ବର୍ଷର ସରକାରର ଲୋକପ୍ରିୟତା ଏହି ଭୋଟ୍ରୁ ଜଣାପଡୁଛି’
Published By: Ruby – Prameya-News7 Bureau | November 14, 2025 03:04 PM
NEWS7
ଭୁବନେଶ୍ବର ୧୪।୧୧: ନୂଆପଡ଼ାରେ ରେକର୍ଡ ମାର୍ଜିନରେ ଭାରତୀୟ ଜନତା ପାର୍ଟି ଆଗୁଆ ରହିଛି l ରେକର୍ଡ ମାର୍ଜିନରେ ଦଳ ବିଜୟୀ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି l ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ପାଇଁ ବିଜେଡି ଓ କଂଗ୍ରେସ ଲଢେଇ କରୁଛନ୍ତି l ଦେଢ଼ ବର୍ଷର ସରକାରର ଲୋକପ୍ରିୟତା ଏହି ଭୋଟ୍ରୁ ଜଣାପଡୁଛି l ଯେଉଁମାନେ ବିଜେପିକୁ ସମାଲୋଚନା କରୁଥିଲେ ସେମାନଙ୍କୁ ନୂଆପଡ଼ାବାସୀ ଜବାବ ଦେଇଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି l
ସେହିପରି ବିହାରରେ ମଧ୍ୟ ଏନ୍ଡିଏ ସରକାର କରିବ l ବିହାରରେ ଗୋଟିଏ ପଟେ ଏନ୍ଡିଏର ବିକାଶ ଓ ଅନ୍ୟପଟେ ବିରୋଧୀଙ୍କ ଅନ୍ଧା ଶାସନ ରହିଥିଲା l ଲୋକେ ବିକାଶକୁ ବାଛି ଏନ୍ଡିଏକୁ ବିପୁଳ ବିଜୟ ଭେଟି ଦେଉଛନ୍ତି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି l




