ଆଉ ନାହାନ୍ତି ବଲିଉଡ୍‌ର କିମ୍ଵଦନ୍ତୀ ଅଭିନେତ୍ରୀ କାମିନୀ କୌଶଲ, ୯୮ ବର୍ଷରେ ଦୁନିଆକୁ କହିଲେ ଅଲବିଦା

ଆଉ-ନାହାନ୍ତି-ବଲିଉଡ୍‌ର-କିମ୍ଵଦନ୍ତୀ-ଅଭିନେତ୍ରୀ-କାମିନୀ-କୌଶଲ,-୯୮-ବର୍ଷରେ-ଦୁନିଆକୁ-କହିଲେ-ଅଲବିଦା

ନୂଆଦିଲ୍ଲୀ ୧୪।୧୧; ବଲିଉଡର ଦିଗଜ ଅଭିନେତ୍ରୀ କାମିନୀ କୌଶଲଙ୍କର ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୯୮ ବର୍ଷ ହୋଇଥିଲା। ରିପୋର୍ଟ ଅନୁଯାୟୀ ସେ ଦୀର୍ଘଦିନ ଦିନ ବୟସ ସମ୍ପର୍କିତ ରୋଗରେ ପୀଡିତ ଥିଲେ। ଏହି ଅଭିନେତ୍ରୀ ୧୯୪୬ ମସିହାରେ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଫିଲ୍ମ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ।

୨୪ ଫେବୃଆରୀ, ୧୯୨୭ରେ ଜନ୍ମଗ୍ରହଣ କରିଥିବା କାମିନୀ କୌଶଲ ତାଙ୍କ କ୍ୟାରିଅରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ସେ ଦିଲୀପ କୁମାର ଏବଂ ରାଜ କପୁରଙ୍କ ସମେତ ଅନେକ ପ୍ରମୁଖ ଷ୍ଟାରଙ୍କ ସହ କାମ କରିଛନ୍ତି।

ଏହି ଫିଲ୍ମଗୁଡ଼ିକରେ କାମ କରିଛନ୍ତି

କାମିନୀ କୌଶଲ ସହିଦ, ନଦୀୟା କେ ପାର, ଶବନମ୍, ଆରଜୁ ଔର ବିରାଜ ବହୁ, ଦୋ ଭାଇ, ଜିଦ୍ଦି, ଶବନମ୍, ପାରସ୍, ନମୁନା, ଝଞ୍ଜର, ଆବ୍ରୁ, ବଡ଼େ ସରକାର, ଜେଲର୍ ଏବଂ ନାଇଟ୍ କ୍ଲବ୍ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। କାମିନୀଙ୍କ ଫିଲ୍ମ ନୀଚା ନଗର ହିଟ୍ ହୋଇଥିଲା। ଏହା ପ୍ରଥମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ଜିତିଥିଲା।

Scroll to Top