କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଲା : ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର
Published By: Ruby – Prameya-News7 Bureau | November 14, 2025 01:17 PM
NEWS7
ଭୁବନେଶ୍ବର ୧୪।୧୧: ବିଗିଡ଼ିଲା କଣ୍ଠଶିଳ୍ପୀ ହ୍ୟୁମାନ ସାଗଙ୍କ ସ୍ବାସ୍ଥ୍ୟାବସ୍ଥା । କଟକରୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସେ କିଡନୀ ଓ ଲିଭର୍ ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି । ଯେଉଁଥି ପାଇଁ ହ୍ୟୁମାନ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ହ୍ୟୁମାନ ସାଗରଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।
ହ୍ୟୁମାନଙ୍କ ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା । ସେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଅଭିଜିତ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଅଛନ୍ତି । ତାଙ୍କର ନିମୋନିଆ ସହିତ ଫୁସଫୁସରେ ସଂକ୍ରମଣ ରହିଛି । ସେପ୍ଟେମ୍ବର ୨୫ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଆଇସିୟୁରୁ ଓ୍ବାର୍ଡକୁ ସିଫ୍ଟ କରାଯାଇଥିଲା । ପୁଣି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ରହିଛି ।
କିଛି ଦିନ ପୂର୍ବରୁ ମଧ୍ୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଧ୍ୟ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଏସବୁକୁ ଦେଖି ଓଲିଉଡ୍କୁ କାହା ନଜର ଲାଗିଯାଇଥିବା ଫ୍ୟାନ୍ସ ମାନେ କହୁଥିବା ଶୁଣିବାକୁ ମିଳିଛି ।




