ଖୋଲିଲା ଭାରତର ନ୍ୟୋମା ଏୟାରବେସ୍, ରହିଛି ଚୀନ ବର୍ଡରରୁ ମାତ୍ର ୩୫ କିଲୋମିଟର ଦୂରରେ

ଖୋଲିଲା-ଭାରତର-ନ୍ୟୋମା-ଏୟାରବେସ୍,-ରହିଛି-ଚୀନ-ବର୍ଡରରୁ-ମାତ୍ର-୩୫-କିଲୋମିଟର-ଦୂରରେ

ନୂଆଦିଲ୍ଲୀ ୧୩।୧୧: ଲଦ୍ଦାଖ ପର୍ବତମାଳାରେ ଭାରତ ଆଉ ଏକ ଐତିହାସିକ ଉପଲବ୍ଧି ହାସଲ କରିଛି। ଚୀନ୍ ସୀମାରୁ ମାତ୍ର ୩୫ କିଲୋମିଟର ଦୂରରେ ନ୍ୟୋମା ବାୟୁସେନା ଘାଟିକୁ ଅଧିକାରୀକ ରୂପେ ସକ୍ରିୟ କରାଯାଇଛି। ସମୁଦ୍ର ପତନରୁ ୧୩,୭୧୦ କିଲୋମିଟର ଉଚ୍ଚତାରେ ଅବସ୍ଥିତ ଏହି ଏୟାର ବେସ୍ ଭାରତୀୟ ବାୟୁସେନା ତାକତକୁ ନୂଆ ଉଚ୍ଚତା ପ୍ରଦାନ କରିବ। ଏହାର ସିଧା ଅର୍ଥ ହେଉଛି ଆକାଶରୁ ଭାରତର ନିରୀକ୍ଷଣ ଓ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷମତା ପୂର୍ବାପେକ୍ଷା ଅଧିକ ମଜଭୁତ ହୋଇଛି।

ପ୍ରାୟ ୨୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଏୟାରବେସ୍ କୁ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ଏ.ପି.ସିଂହ ଲୋକାର୍ପଣ କରିଛନ୍ତି। ଏଥି ପାଇଁ ସେ ଦିଲ୍ଲୀ ହିଣ୍ଡନ ଏୟାରବେସ୍ ରୁ ସି-୧୩୦ଜେ ସୁପର ହରକ୍ୟୁଲସ ବିମାନରେ ଉଡି ସିଧା ନ୍ୟୋମାରେ ଅବତରଣ କରିଥିଲେ। ଏହା ପୂର୍ବ ଲଦ୍ଦାଖର ସେହି ଅଞ୍ଚଳ ଯେଉଁଠି ୨୦୨୦ ମସିହାରେ ଚୀନ୍ ଅନୁପ୍ରବେଶ ଉଦ୍ୟମ କରିଥିଲା। ଏହା ନିକଟରେ ପ୍ୟୋଙ୍ଗୟଙ୍ଗ ହ୍ରଦ ସମେତ କିଛି ଦୂରରେ ଡେମଚୋକ ଓ ଦେପସାଙ୍ଗ ରହିଛି।

ନ୍ୟୋମା ଏୟାରବେସ୍ ବିଶ୍ୱର ସବୁଠୁ ଉଚ୍ଚ ବାୟୁସେନା ଘାଟି ମଧ୍ୟରେ ଅନ୍ୟତମ। ଏହା ଏବେ ଓଜନଦାର ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ଫାଇଟର ଜେଟ୍ ଓ ଡ୍ରୋନ ଅପରେସନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ବାୟୁସେନା ଘାଟି ଯୋଗୁ ନା କେବଳ ସୈନିକ ଓ ଅସ୍ତ୍ରଶସ୍ତ୍ର ତୁରନ୍ତ ପହଞ୍ଚି ପାରିବେ ଭାରତ ଏଲଏସିର ଏବେ ପ୍ରତ୍ୟେକ ଇଞ୍ଚ ଉପରେ ନଜର ରଖି ପାରିବ। ଭାରତ ଏବେ ଲଦ୍ଦାଖରୁ ଅଋଣାଚଳ ପର୍ଯ୍ୟନ୍ତ ଟୁ-ଫ୍ରଣ୍ଟ ଅପରେସନାଲ ରେଡିନେସ୍ ନୀତିରେ କାମ କରୁଛି। ଏଥିରେ ନ୍ୟୋମା ଏୟାରବେସ୍ ପଶ୍ଚିମ ସୀମାରେ ଏୟାର ପାୱାରର ନୂଆ ସ୍ତମ୍ବ ପାଲଟିବ।

— Tanmay Kulkarni 🇮🇳 (@Tanmaycoolkarni) November 12, 2025

Scroll to Top