ଭ୍ୟାନିଟି ବ୍ୟାଗରୁ ସୁନା ଚୋରି ଘଟଣା, ନାବାଳକ ଗିରଫ ସହ ଅଳଙ୍କାର ଜବତ

ଭ୍ୟାନିଟି-ବ୍ୟାଗରୁ-ସୁନା-ଚୋରି-ଘଟଣା,-ନାବାଳକ-ଗିରଫ-ସହ-ଅଳଙ୍କାର-ଜବତ

ଭ୍ୟାନିଟି ବ୍ୟାଗରୁ ସୁନା ଚୋରି ଘଟଣା, ନାବାଳକ ଗିରଫ ସହ ଅଳଙ୍କାର ଜବତ

Published By: Deepak – Prameya-News7 Bureau | November 13, 2025 07:13 PM

NEWS7

Bhadrak

ଭଦ୍ରକ: ପିଲାକୁ ଖୁଆଇବା ବେଳେ ଭ୍ୟାନିଟି ବ୍ୟାଗରୁ ଅଳଙ୍କାର ଚୋରି ଘଟଣାରେ ପୋଲିସ ଜଣେ ନାବାଳକକୁ ଗିରଫ କରିଛି। ଏହା ସହ ୮୦ ଗ୍ରାମ ସୁନା ଓ ରୂପା ଜବତ କରିଛି ପୋଲିସ।

ସୂଚନାଯୋଗ୍ୟ, ଜଗତସିଂପୁର ଜିଲ୍ଲାର ଚିନ୍ମୟୀ ସାହୁ ତାଙ୍କ ସ୍ୱାମୀଙ୍କ ସହ ୧୦ ତାରିଖରେ କଟକରୁ ବାଲେଶ୍ୱର ଏକ ସ୍କୁଟି ଯୋଗେ ଆସୁଥିବା ବେଳେ ଟିଫିନ୍ କରିବା ପାଇଁ ଭଦ୍ରକ ଜିଲ୍ଲା ସହରାଞ୍ଚଳ ଥାନା ଅଧୀନ ଚରମ୍ପା ନିକଟରେ ଅଟକିଥିଲେ । ଚରମ୍ପା ବଜାରର ଏକ ଟିଫିନ ଦୋକାନରେ ମହିଳା ତାଙ୍କ ଛୋଟ ପିଲାକୁ ଖାଇବାକୁ ଦେଉଥିବା ବେଳେ ଭ୍ୟାନିଟି ବ୍ୟାଗ୍ ଚୋରି ହୋଇ ଯାଇଥିଲା। ଏଥିରେ ୧୦ ଭରି ସୁନା ଅଳଙ୍କାର ରହିଥିଲା । କେହି ଦୁର୍ବୁତ୍ତ ଚୋରି କରିନେଇଥିବା ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଚରମ୍ପା ବଜାରରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା ।

ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇବା ପରେ ଜଣେ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଭଦ୍ରକ ସହରାଞ୍ଚଳ ପୋଲିସ। ଅଭିଯୁକ୍ତ ନିକଟରୁ ୮୦ ଗ୍ରାମ ସୁନା ଅଳଙ୍କାର ଏବଂ ୭୦ ଗ୍ରାମ ରୂପା ଅଳଙ୍କାର ଜବତ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ଥିବା ନେଇ ଟାଉନ ଥାନାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅତିରିକ୍ତ ଏସପି ସମ୍ବିତ ମାଝୀ ।

Scroll to Top