ନିଷ୍ପତ୍ତି ବଦଳିଲା , କଟକ ବାଲିଯାତ୍ରାରେ ପୁଣି ଚାଲୁ ହେଲା ଦୋଳି
Published By: Sangita – Prameya-News7 Bureau | November 13, 2025 07:06 PM
NEWS7
କଟକ: କଟକ ବାଲିଯାତ୍ରାରେ ପୁଣି ଚାଲୁ ହେଲା ଦୋଳି । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଦୋଳି ଚଳାଇବାକୁ ଅନୁମତି । ଅତିରିକ୍ତ ଜିଲ୍ଲାପାଳଙ୍କ ଯାଞ୍ଚ ପରେ ଚାଲିଲା ଦୋଳି।
ଆଜି ଐତିହାସିକ ବାଲିଯାତ୍ରାର ଶେଷ ଦିନ। ମଉଜର ଶେଷ ଦିନରେ ସରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ୍ ଦୋଳିକୁ ବନ୍ଦ୍ କରିଦେଇଥିଲେ। ଦୋଳି ବ୍ୟବସାୟୀ ସଙ୍ଘର ନିଷ୍ପତ୍ତି ପରେ ପୁଣି ବଦଳିଛି ନିୟମ। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଦୋଳି ଚଳାଇବାକୁ ଅନୁମତି । ଅତିରିକ୍ତ ଜିଲ୍ଲାପାଳଙ୍କ ଯାଞ୍ଚ ପରେ ଚାଲିଲା ଦୋଳି।ଅନ୍ୟପଟେ ଶେଷ ଦିନରେ ବଲିଉଡ୍ କଣ୍ଠଶିଳ୍ପୀଙ୍କ ଗୀତରେ ଝୁମିବେ ଦର୍ଶକ। ଶ୍ରୀୟାଙ୍କ ସୁରିଲା କଣ୍ଠରେ ଦୁଲୁକିବ ବାଲିଯାତ୍ରା ପଡ଼ିଆ।




