C

c

ଭାରତୀୟ ସିନେମାରେ ଏବେ ଜଣେ ନିର୍ଦ୍ଦେଶକ ଅଭିନୟରେ ପାଦ ଥାପିବାକୁ ଯାଉଛନ୍ତି । ଡେବ୍ୟୁ ଫିଲ୍ମଗୁଡ଼ିକ ପାଇଁ ଅନେକ ଷ୍ଟାରଙ୍କୁ ନାମମାତ୍ରକୁ ଫିସ୍ ମିଳେ, ସେଠାରେ ଏହି ନିର୍ଦ୍ଦେଶକ ଏତେ ଫିସ୍ ନେଉଛନ୍ତି ଯେ ଏହା ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଡେବ୍ୟୁ ହୋଇଯାଇଛି।

author-image

Lokesh Kanagaraj

Lokesh Kanagaraj Photograph: (OTV)

ଭାରତୀୟ ସିନେମାରେ ଏବେ ଜଣେ ନିର୍ଦ୍ଦେଶକ ଅଭିନୟରେ ପାଦ ଥାପିବାକୁ ଯାଉଛନ୍ତି । ଡେବ୍ୟୁ ଫିଲ୍ମଗୁଡ଼ିକ ପାଇଁ ଅନେକ ଷ୍ଟାରଙ୍କୁ ନାମମାତ୍ରକୁ ଫିସ୍ ମିଳେ, ସେଠାରେ ଏହି ନିର୍ଦ୍ଦେଶକ ଏତେ ଫିସ୍ ନେଉଛନ୍ତି ଯେ ଏହା ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଡେବ୍ୟୁ ହୋଇଯାଇଛି। ଆମେ କହୁଛୁ, ସାଉଥ୍ ସିନେମାର ହିଟ୍ ମେସିନ୍ ଡାୟରେକ୍ଟର୍ ଲୋକେଶ୍ କନଗରାଜଙ୍କ ବିଷୟରେ। ବର୍ତ୍ତମାନ ସେ ଏକ ନୂଆ ଅନ୍ଦାଜରେ ଫେରିବେ। ଯାହାଙ୍କ ଫିଲ୍ମ ଗୁଡ଼ିକରେ ସବୁବେଳେ ଜବରଦସ୍ତ୍ ଆକ୍ସନ୍ ଏବଂ ବଳିଷ୍ଠ କାହାଣୀ ଦେଖିବାକୁ ମିଳେ, ସେହି ଲୋକେଶ୍ ବର୍ତ୍ତମାନ କ୍ୟାମେରାର ପଛେ ନୁହେଁ, ବରଂ ସାମ୍ନାରେ ଦେଖାଯିବେ। 

ଅସଲରେ ‘କାଇଥି’, ‘ମାଷ୍ଟର୍’ ଏବଂ ‘ବିକ୍ରମ୍’ ଭଳି ବ୍ଲକବଷ୍ଟର ଫିଲ୍ମ ଦେଇଥିବା ଲୋକେଶ୍ ବର୍ତ୍ତମାନ ଅଭିନେତା ଭାବରେ ତାଙ୍କ ନୂଆ ଫିଲ୍ମ ‘ଡିସି’ରେ ଦେଖାଯିବେ। ଏହାକୁ ଅରୁଣ ମଥେଶ୍ୱରନ୍ ଡାୟରେକ୍ଟ୍ କରୁଛନ୍ତି ଏବଂ ସନ୍ ପିକ୍ଚର୍ସ୍ ପ୍ରୋଡ୍ୟୁସ୍ କରୁଛି। ଫିଲ୍ମରେ ବାମିକା ଗବି ମଧ୍ୟ ଲିଡ୍ ରୋଲରେ ଅଛନ୍ତି। ଲୋକେଶଙ୍କୁ ତାଙ୍କ ପ୍ରଥମ ଫିଲ୍ମ ପାଇଁ ୩୫ କୋଟି ଟଙ୍କା  ଫିସ୍ ମିଳିଛି, ଯାହା ଏପର୍ଯ୍ୟନ୍ତ କୌଣସି ନୂଆ ହିରୋଙ୍କୁ ଦିଆଯାଇଥିବା ସବୁଠାରୁ ବଡ଼ ରାଶି କୁହାଯାଉଛି।

ଲୋକେଶ୍ କେବଳ ଅଭିନୟ କରିବେ ନାହିଁ ବରଂ ଫିଲ୍ମର କାହାଣୀ, ଡାଏଲଗ୍ ଏବଂ ସ୍କ୍ରିନପ୍ଲେରେ ମଧ୍ୟ ସେ ନିଜର ଇନପୁଟ୍ ଦେବେ। ଅର୍ଥାତ୍ ଅଭିନୟ ସହିତ ସହିତ ଫିଲ୍ମର ପ୍ରତିଟି ଦିଗକୁ ଦେଖିବେ ।ଡାୟରେକ୍ଟର୍ ଅରୁଣ ମଥେଶ୍ୱରନଙ୍କ ସହିତ ମିଶି ସେ ଏହି ଫିଲ୍ମକୁ ନିଜର ଷ୍ଟାଇଲରେ ପ୍ରସ୍ତୁତ କରୁଛନ୍ତି। 

ଯେଉଁମାନେ ‘ବିକ୍ରମ୍’ ଏବଂ ‘କାଇଥି’ ଭଳି ଫିଲ୍ମଗୁଡ଼ିକ ଦେଖିଛନ୍ତି, ସେମାନେ ବୁଝିପାରିବେ ଯେ ଏହି ପ୍ରୋଜେକ୍ଟରୁ ଫ୍ୟାନ୍ସ ମାନେ କେତେ ଆଶା ରଖିବେ । 

Scroll to Top