ପୁରୀରେ ମର୍ଡର, ଟାଇଲ ମିସ୍ତ୍ରୀଙ୍କୁ ପିଟି ପିଟି ନିର୍ମମ ହତ୍ୟା

ପୁରୀରେ-ମର୍ଡର,-ଟାଇଲ-ମିସ୍ତ୍ରୀଙ୍କୁ-ପିଟି-ପିଟି-ନିର୍ମମ-ହତ୍ୟା

ପୁରୀରେ ମର୍ଡର, ଟାଇଲ ମିସ୍ତ୍ରୀଙ୍କୁ ପିଟି ପିଟି ନିର୍ମମ ହତ୍ୟା

Published By: Deepak – Prameya-News7 Bureau | November 12, 2025 09:16 PM

NEWS7

Puri

ପୁରୀ: ପୁରୀରେ ଟାଇଲ ମିସ୍ତ୍ରୀଙ୍କୁ ହତ୍ୟା। ହାତୁଡିରେ ପିଟି ପିଟି ଅତି ନିର୍ମମ ଭାବେ ଟାଇଲ ମିସ୍ତ୍ରୀଙ୍କୁ କରାଯାଇଛି ହତ୍ୟା। ପୁରୀ ବାଲିଘାଟ ବ୍ରାହ୍ମଣ ପୋଖରୀ ନିକଟ ତୋଟା ବେହେରା ସାହିରେ ଘଟିଛି ଏହି ଘଟଣା। ମୃତକ ଟାଇଲ ମିସ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମେଦିନୀପୁରର ଶେଖ୍ ନୋରା ଆଲମ୍। ଖବରପାଇ ଘଟଣାସ୍ଥଳରେ ମେରାଇନ ଓ ତାଳବଣିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ମୃତ ଟାଇଲ ମିସ୍ତ୍ରୀଙ୍କୁ ତାଙ୍କ ସହଯୋଗୀ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଗତ କିଛିବର୍ଷ ଧରି ପୁରୀର ବିଭିନ୍ନ ଅଞ୍ଚଳରେ ଲେବର ମାନଙ୍କୁ ଆଣି ଟାଇଲ କାମ କରୁଥିଲେ ଶେଖ୍ ନୋରା ଆଲମ୍। ଜଣେ ଲେବରଙ୍କ ସହ ନୋରାଙ୍କ ବଚସା ହୋଇଥିଲା। ଆଜି ନୋରା ଶୋଇଥିବା ସମୟରେ ତାଙ୍କୁ ଲେବର ଜଣକ ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାକୁ ନେଇ ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Scroll to Top