କେଉଁଠୁ ଆସିଲା ଏତେ ପରିମାଣପ କଫ୍ ସିରପ୍, ଚାଲାଣ ବେଳେ ଧରାପଡ଼ିଗଲା
Published By: Ruby – Prameya-News7 Bureau | November 12, 2025 06:21 PM
NEWS7
ବଲାଙ୍ଗିର ୧୨।୧୧: କଫ୍ ସିରପ୍ କାରବାରର ହଟ୍ ସ୍ପଟ୍ ପାଲଟିଛି ବଲାଙ୍ଗିର I ଟାଉନ୍ ଥାନା ପୋଲିସ ଦ୍ୱାରା ପୁଣି ବିପୁଳ ପରିମାଣର କଫ୍ ସିରପ୍ ଜବତ ହୋଇଛି I ଚାଲାଣ ବେଳେ ବିପୁଳ ପରିମାଣର କଫ୍ ସିରପ୍ ଜବତ ହୋଇଛି I ସୁଦପଡା ନିକଟରୁ ଜବତ କଲା ଟାଉନ୍ ଥାନା ପୋଲିସ I ଏକ ବ୍ୟାଗ୍ରେ ଥିବା ୩ ଶହ ବୋତଲ କଫ୍ ସିରପ୍ ଜବତ ହୋଇଛି I ଜବତ କଫ୍ ସିରପ୍ର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ କହିଛି I ଗିରଫ ଅଭିଯୁକ୍ତର ନାଁ ସୂରଜ ଭୋଇ । ତାଙ୍କ ଘର ବଲାଙ୍ଗିର ସହର କଂସାରୀପଡା ବୋଲି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସ୍ଡିପିଓ ସରୋଜ ଉପାଧ୍ୟାୟଙ୍କ ସୂଚନା ଦେଇଛନ୍ତି I
ଅଭିଯୁକ୍ତ ଠାରୁ ୨ ଶହ ଟଙ୍କା ଓ ମୋବାଇଲ ଜବତ କରାଯାଇଛି I ଏହି ଘଟଣାରେ ଆଉ କାହା କାହା ସମ୍ପୃକ୍ତି ରହିଛି କି ? ଏତେ ପରିମାଣରେ କଫ୍ ସିରପ୍ କେମିତି ସେ ଏକୁଟିଆ ହିଁ ନେଇକି ଯାଉଥିଲେ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।




