ଟେରର ମଡ୍ୟୁଲ ଉପରେ କିରଣ ବେଦୀଙ୍କ ବଡ଼ ବୟାନ, କହିଲେ-ଦେଶରୁ ଏହା ହଟିବ ନାହିଁ, କାରଣ…

ଟେରର-ମଡ୍ୟୁଲ-ଉପରେ-କିରଣ-ବେଦୀଙ୍କ-ବଡ଼-ବୟାନ,-କହିଲେ-ଦେଶରୁ-ଏହା-ହଟିବ-ନାହିଁ,-କାରଣ…

କୋଲକାତା ୧୨।୧୧: ଦିଲ୍ଲୀ ବିସ୍ଫୋରଣ ଓ ନିକଟରେ ଟେରର ମଡ୍ୟୁଲ ନେଇ ହୋଇଥିବା ରହସ୍ୟୋଦଘାଟନକୁ ନେଇ ପୂର୍ବତନ ଆଇପିଏସ ଅଫିସର କିରଣ ବେଦୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏହା ଏବେ ଆମ ଦେଶରୁ ଆଉ ହଟିବନି, କାରଣ ଆମ ପଡୋଶୀ ଦୁଃଖି ଓ ଚିନ୍ତିତ, ସେମାନେ ହାରି ଯାଇଛନ୍ତି। ଏଣୁ ପରାଜୟର ଗ୍ଲାନୀ ସେମାନଙ୍କୁ ଏପରି ଗତିବିଦ୍ଧି ଲାଗି ପ୍ରୋତ୍ସାହିତ କରିବ। ଏହି ଗ୍ରୁପରେ ପଇସା ଖେଳ କରୁଛି। ଏମାନେ ଯଦି ଏପରି ଘଟଣା ନ ଘଟାଇବେ ସେମାନଙ୍କୁ ପଇସା ମିଳିବ ନାହିଁ, ଏଣୁ ଏହା ଜାରି ରହିବ।

ତେବେ ଆମକୁ ଆମ ପଡୋଶୀ କଣ କରୁଛନ୍ତି ତାଙ୍କ ଗତିବିଦ୍ଧି ଉପରେ ଆମକୁ ନଜର ରଖିବାକୁ ପଡିବ। ଏତେ ସାମଗ୍ରୀ ସହଜରେ ଏକତ୍ର ହେବନି, ଏହି ଦେଶଦ୍ରୋହୀଙ୍କୁ ଚିହ୍ନଟ କରିବାକୁ ପଡିବ। ସେ କହିଛନ୍ତି ଯେ ଆମ ଦେଶକୁ ଅଧିକ ସତର୍କ ରହିବାକୁ ପଡିବ ଓ ନିଜକୁ ମୌଳବାଦରୁ ରକ୍ଷା କରିବାକୁ ପଡିବ। ନିଜର ଧର୍ମ ଆତଙ୍କବାଦ ଗତିବିଦ୍ଧି ନୁହେଁ ବରଂ ଭଲ କାମ ଲାଗି ଉପଯୋଗ ହେବା ଦରକାର। ଯେଉଁ ପର୍ଯ୍ୟନ୍ତ ଏହା ସମସ୍ତେ ନ ବୁଝିଛନ୍ତି ଏପରି ଆତଙ୍କବାଦ ଆକ୍ରମଣ ଜାରି ରହିବ। ଏଣୁ ଆମ ଦେଶର ପୋଲିସ ବ୍ୟବସ୍ଥାକୁ ଅଧିକ ମଜଭୁତ କରିବାକୁ ପଡିବ। କାରଣ ମୁଁ ଭାବୁଛି ଇଣ୍ଟେଲିଜେନ୍ସ ଓ ପୋଲିସ ଇନଭେଷ୍ଟିଗେସନର ପ୍ରିଭେନସନରେ ବଡ଼ ଭୂମିକା ରହିଛି।

କିରଣ ବେଦୀ କହିଛନ୍ତି ଯେ ଏବେ କମ୍ୟୁନିଟି ପୋଲିସିଂର ଆବଶ୍ୟକତା ବହୁତ ଅଧିକ। ଆମେକୁ ଆମ ପଡୋଶୀଙ୍କ ଉପରେ ନଜର ରଖିବାକୁ ପଡିବ, ସେମାନେ କଣ କରୁଛନ୍ତି?ଏତେଗୁଡେ ସାମଗ୍ରୀ ଏତେ ସହଜରେ ଠୁଳ ହୋଇ ପାରିବନି। ଗାଁ ମୁଖିଆ ଓ ଘର ମାଲିକଙ୍କୁ ମଧ୍ୟ ପ୍ରଶ୍ନ କରିବାକୁ ପଡିବ, ତୁମେ ଏଠାକୁ ରହିବାକୁ ଆସିଛ ନା ଘରକୁ ଗୋଦାମ କରୁଛ? ଗୋଦାମରେ କଣ ସବୁ ରଖୁଛ? ଯେ ପର୍ଯ୍ୟନ୍ତ ଆମେ ଏପରି ପ୍ରଶ୍ନ କରିପାରିବାନି ଓ ଏହାର ସଠିକ ଉତ୍ତର ଜାଣି ପାରିବାନି ଆମ ଦେଶରେ ଏପରି ଘଟଣା ବଢିବ। ଏଣୁ ସମୟ ପୂର୍ବରୁ ଆମେ ଏ ସବୁ ଜାଣି ପୋଲିସକୁ ଜଣାଇବା ଆମ ଦେଶରେ ଲୋକଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ।

କିରଣ ବେଦୀ କହିଛନ୍ତି ଏମାନେ ଦେଶଦ୍ରୋହୀ, ସେମାନଙ୍କୁ ଆମକୁ ଚିହ୍ନିବାକୁ ପଡିବ। କେହି ବି ଦେଶଦ୍ରୋହ କରିପାରନ୍ତି। ଦେଶରେ ପଢିବା, ଏହିଠାରୁ ସବୁ ସୁବିଧା ସୁଯୋଗ ନେବା ଓ ଶେଷରେ ଦେଶ ବିରୋଧରେ ଷଡ଼ଯନ୍ତ୍ର କରିବା ଏହାର ଚିକିତ୍ସା କେବଳ ପଡୋଶୀ କରିପାରିବେ। କିଏ କାହାକୁ ଭଡାରେ ଘର ଦେଉଛି? ସେ ଘରେ କିଏ ସବୁ ରହୁଛନ୍ତି?କିଏ କାହାକୁ ସାମାନ ରଖିବାକୁ ଗୋଦାମ ଦେଉଛି?କେଉଁ ପଡୋଶୀ ସାମାନ ଠୁଳ କରୁଛି ଏହା ଜାଣିବା ନିହାତି ଆବଶ୍ୟକ।

#WATCH | Kolkata, West Bengal | On recently busted terror module, Former IPS officer Kiran Bedi says, “… Our neighbour is devastated and defeated. It will run such activities to be able to bear the pain… It is all about money… Our nation has to remain extremely alert and… pic.twitter.com/JkFt5ozuUG

— ANI (@ANI) November 12, 2025

ପୂର୍ବତନ ଆଇପିଏସ ଅଧିକାରୀ କହିଛନ୍ତି ଯେ ପୋଲିସ ଓ ଗୋଇନ୍ଦା ଏଜେନ୍ସୀ ତାଙ୍କ କାମ କରୁଛନ୍ତି। ତେବେ ଦ୍ୱିତୀୟ ସବୁଠୁ ବଡ଼ କଥା ହେଉଛି ଏପରି ଘଟଣାରେ ସବୁ ରାଜ୍ୟ ମିଳିତ କାମ କରନ୍ତୁ। ଅନ୍ୟପଟେ କମ୍ୟୁନିଟି ପୋଲିସିଂକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉ। ଲୋକେ ନିଜନିଜ ଦାୟିତ୍ୱ ଓ ଦେଶଭକ୍ତି ପରୀକ୍ଷାରେ ଉତୀର୍ଣ୍ଣ ହୁଅନ୍ତୁ। ଏହି ଦେଶଦ୍ରୋହୀଙ୍କୁ ଖୋଜି କାଢିବା ଏବେ ଆମମାନଙ୍କର ପ୍ରଥମ କର୍ତ୍ତବ୍ୟ। ଏମାନଙ୍କ ଉପରେ ନଜର ରଖିବା ଓ ପୋଲିସକୁ ସଠିକ ସମୟରେ ସୂଚନା ଦେବା ଆମର ପ୍ରଥମ କର୍ତ୍ତବ୍ୟ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୦ ନଭେମ୍ବର ସୋମବର ଦିଲ୍ଲୀ ଲାଲକିଲ୍ଲା ଅଞ୍ଚଳରେ ଏକ ଉଚ୍ଚତୀବ୍ରତାର ବିସ୍ଫୋରଣ ହୋଇଥିଲା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି ପୁରା ଟେରର ମଡ୍ୟୁଲର ମାଷ୍ଟର ମାଇଣ୍ଡ ଡ. ଉମର ମହମ୍ମଦ ଥିଲା, ଯିଏ ଏହି ବିସ୍ଫୋରଣରେ ପ୍ରାଣ ହରାଇଛି।

Scroll to Top