ପୋଲିସ ଗାଡ଼ି ସହ ଧକ୍କା ହେଲା ବାଇକ୍, ଚାଲିଗଲା ଗୋଟିଏ ପରିବାରର ୩ ଜୀବନ
Published By: Simran – Prameya-News7 Bureau | November 12, 2025 02:17 PM
NEWS7
ନୂଆଦିଲ୍ଲୀ ୧୨।୧୧; ତାମିଲନାଡୁର ଶିବଗଙ୍ଗାରେ ଭୟଙ୍କର ସଡ଼କ ଦୁର୍ଘଟଣାର ଘଟିଛି । ଏହି ଦୁର୍ଘଟଣାରେ ଶିକାର ହୋଇ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ପୋଲିସ ଗାଡ଼ି ସହ ଧକ୍କା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପୋଲିସ ଏସପି ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ, ପରିବାର ସଦସ୍ୟମାନେ ଅନଞ୍ଜିୟୁରରୁ ଜଣେ ସମ୍ପର୍କୀୟଙ୍କୁ ଆଣି ଗାଁକୁ ଫେରୁଥିବା ସମୟରେ ଦ୍ରୁତଗାମୀ ପୋଲିସ ଗାଡ଼ି ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସା ପାଇଁ ଆହତଙ୍କୁ ହସ୍ପିଟାଲକୁ ନେଇ ଯାଉଥିବାବେଳେ ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କର ବାଟରେ ପ୍ରାଣ ଚାଲିଯାଇଥିଲା । କିନ୍ତୁ ତାଙ୍କ ସମ୍ପର୍କୀୟ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଥିବା ସୂଚନା ମିଳୁଛି । ମୃତକ ଏବଂ ଆହତଙ୍କ ପରିଚୟ ଚିହ୍ନଟ ହୋଇଛି ।
ଅନ୍ୟପଟେ ପୋଲିସ ଟ୍ରାଫିକ୍ ନିୟମ ଠିକ୍ ଭାବେ ପାଳନ କରିନଥିବାରୁ ଦୁର୍ଘଟଣା ଘଟିଛି । ଏହି କାରଣରୁ ଗୋଟିଏ ପରିବାରର ସଦସ୍ୟଙ୍କ ଜୀବନହାନି ଘଟିଛି । ଏହି ଦୁର୍ଘଟଣା ପାଇଁ ପୋଲିସ କୁ ଦାୟୀ କରାଯାଇଛି ।




