ପୂର୍ବଶତ୍ରୁତାରୁ ହଣାକଟା, ମହିଳାଙ୍କୁ ପନିକିରେ ହାଣିଦେଲେ ପଡ଼ୋଶୀ
Published By: Kirti – Prameya-News7 Bureau | November 12, 2025 09:59 AM
NEWS7
ଖଲ୍ଲିକୋଟ ୧୨।୧୧: ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ପନିକିରେ ହାଣିଦେଲେ ପଡୋଶୀ। ଗୁରୁତର ଅବସ୍ଥାରେ ପୁରୁଷୋତ୍ତମପୁର ମେଡିକାଲରୁ ବ୍ରହ୍ମପୁର ସ୍ଥାନାନ୍ତର। ଆକ୍ରମଣର ଶିକାର ମହିଳା ଜଣକ ହେଲେ ଦେଉଳପଲ୍ଲି ଗାଁର କୁନି ମହାନ୍ତି। ପଡୋଶୀଙ୍କ ସହିତ ଦୀର୍ଘ ଦିନ ହେଲା ଜାଗା ବାଡ଼ିକୁ ନେଇ ତାଙ୍କର ଶତ୍ରୁତା ଲାଗି ରହିଥିଲା। ମହିଳା ଜଣକ ଆଗରୁ ୩ଥର ଥାନାରେ ଏତଲା ଦେଇଥିଲେ। ହେଲେ ସମସ୍ୟା ସମାଧାନ ହୋଇପାରିନଥିଲା। ଆଜି ପୁଣି କିଛି କାରଣକୁ ନେଇ ତିକ୍ତତା ପରେ ପନିକିରେ ହାଣି ଦେଇଛନ୍ତି ପଡୋଶୀ।




