Plane Crash: ତୁର୍କୀର ସୈନ୍ୟ ମାଲବାହୀ ବିମାନ ଜର୍ଜିଆରେ ଦୁର୍ଘଟଣାଗ୍ରସ୍ତ, ୨୦ ଜଣ ମୃତ୍ୟୁ ଆଶଂକା

plane-crash:-ତୁର୍କୀର-ସୈନ୍ୟ-ମାଲବାହୀ-ବିମାନ-ଜର୍ଜିଆରେ-ଦୁର୍ଘଟଣାଗ୍ରସ୍ତ,-୨୦-ଜଣ-ମୃତ୍ୟୁ-ଆଶଂକା

ନୂଆଦିଲ୍ଲୀ: ତୁର୍କୀର ଏକ ସୈନ୍ୟ ମାଲବାହୀ ବିମାନ ମଙ୍ଗଳବାର ଜର୍ଜିଆରେ ଅଜରବୈଜାନ ସୀମା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତୁର୍କୀ ଏବଂ ଜର୍ଜିଆନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ତୁର୍କୀ ନ୍ୟୁଜ୍ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ଫୁଟେଜରେ ଦେଖାଯାଇଛି ଯେ ବିମାନଟି ଖସିପଡ଼ିବା ପୂର୍ବରୁ ଆକାଶରେ ଘୂରୁଛି ଏବଂ ଧଳା ଧୂଆଁ ନଜର ଆସୁଛି ।

ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ C-130 ସାମରିକ ବିମାନଟି ଆଜରବାଇଜାନରୁ ତୁର୍କୀ ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ୨୦ ଜଣ ଯାତ୍ରା କରୁଥିବା ଜଣାପଡ଼ିଛି । ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଆର୍ଦୋଗାନ୍ କିଛି ମୃତାହତ କଥା କହିଥିଲେ ମଧ୍ୟ ଅଧିକ ସୂଚନା ଦେଇ ନାହାନ୍ତି ।

Today, a Turkish Air Force C-130 crashed near the Azerbaijan-Georgia border. Video footage shows aircraft apparently breaking apart in midair. Plane [Reg. “68-01609”] had just departed from Ganja Int. Airport (Azerbaijan) heading to Turkiye. Updates when possible. pic.twitter.com/i9U9tGRXgr

— Air Safety #OTD by Francisco Cunha (@OnDisasters) November 11, 2025

ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆଜରବାଇଜାନ ଏବଂ ଜର୍ଜିଆ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି ଏକ ସନ୍ଧାନ ଏବଂ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି । ଜର୍ଜିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ ବିମାନଟି ଆଜରବାଇଜାନ ସୀମା ନିକଟରେ ଜର୍ଜିଆର ସିଗାନାଘି ମ୍ୟୁନିସିପାଲିଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । କର୍ମଚାରୀ ଏବଂ ରଣନୈତିକ ସାମଗ୍ରୀ ପରିବହନ ପାଇଁ C-130 ସାମରିକ ମାଲବାହୀ ବିମାନକୁ ବ୍ୟାପକ ଭାବରେ ବ୍ୟବହାର କରେ । ତୁର୍କୀ ଏବଂ ଆଜରବାଇଜାନ ମଧ୍ୟରେ ଘନିଷ୍ଠ ସାମରିକ ସହଯୋଗ ରହିଛି ।

Scroll to Top