ବିପୁଳ ସଂଖ୍ୟାରେ ମତଦାନ ପାଇଁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଲେ ମନମୋହନ, ବିରୋଧୀଙ୍କ ଭୋଟ ଚୋରି ଅଭିଯୋଗର ବି ରଖିଲେ କଡ଼ା ଜବାବ

ବିପୁଳ-ସଂଖ୍ୟାରେ-ମତଦାନ-ପାଇଁ-ନୂଆପଡ଼ାବାସୀଙ୍କୁ-ଧନ୍ୟବାଦ-ଦେଲେ-ମନମୋହନ,-ବିରୋଧୀଙ୍କ-ଭୋଟ-ଚୋରି-ଅଭିଯୋଗର-ବି-ରଖିଲେ-କଡ଼ା-ଜବାବ

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ସରିଛି ଭୋଟ ଗ୍ରହଣ। ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭ ପ୍ରତିଶତ ଭୋଟିଂ ହୋଇଥିବାବେଳେ, ନୂଆପଡ଼ାବାସୀ ଉତ୍ସାହର ସହ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ତେବେ ମତଦାନ ବିପୁଳ ସଂଖ୍ୟାରେ ମତଦାନ କରିଥିବାରୁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଦେଇଛି ବିଜେପି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଉପନିର୍ବାଚନ ଯେଉଁଭଳି ଶାନ୍ତି ଶୃଙ୍ଖଳାରେ ସମ୍ପାଦନ ହୋଇଛି ଏବଂ ନିରପେକ୍ଷ ନିର୍ବାଚନ କରିବାରେ ନୂଆପଡ଼ାବାସୀ ଯେଉଁ ସହଯୋଗ କରିଛନ୍ତି, ସେଥିପାଇଁ ସେମାନଙ୍କୁ ଧନ୍ୟବାଦ। ସଚେତନ ନାଗରିକ ହିସାବରେ ଗଣତନ୍ତ୍ର ମହାପର୍ବରେ ସାମିଲ ହୋଇ ରେକର୍ଡ ପରିମାଣ ମତଦାନ କରିଛନ୍ତି । ଏହା ସହ ନିର୍ବାଚନ ଅଧିକାରୀ ଏବଂ ପୋଲିଂ ଅଧିକାରୀମାନଙ୍କୁ ବି ଧନ୍ୟବାଦ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି।ସେ ଆହୁରି କହିଛନ୍ତି, ବିଜେପି ଆଦର୍ଶ ଆଉ ବିଚାରଧାରାର ଲଢେଇ ଲଢ଼ିଥିଲା। ଏଥିପାଇଁ ବିଜେପି ହଜାର ହଜାର କାର୍ଯ୍ୟକର୍ତ୍ତାକୁ ଧନ୍ୟବାଦ। ରେକର୍ଡ ସଂଖ୍ୟାକ ଭୋଟ ଆଉ ବୁଥ ବାହୁଡ଼ା ମତ କହୁଛି ବିଜେପି ବିପୁଳ ଭୋଟରେ ବିଜୟ ହେବ।

ସେହିଭଳି ମନମୋହନ ସାମଲ, ବିଜେଡି ଏବଂ ଭୋଟ ଚୋରି ଅଭିଯୋଗର କାଉଣ୍ଟର କରିଛନ୍ତି। ମନମୋହନ କହିଛନ୍ତି ‘ହାରିବା ଜାଣି ମିଥ୍ୟା ଅଭିଯୋଗ କରୁଛନ୍ତି ବିରୋଧୀ ଦଳ। ବିଜେପି ୭ଟି ଉପନିର୍ବାଚନ ଲଢ଼ିଲାଣି। ହାରିଲେ ବିଜେପି ସମୀକ୍ଷା କରି କାରଣ ଖୋଜେ। ଅଯଥା ଅଭିଯୋଗ ଆଣେନି। କଂଗ୍ରେସ ଏବଂ ବିଜେଡି ଅନେକ ଦିନ ସରକାରରେ ରହିଲେ। ବିଜେପି ତ କେବେ ଅଭିଯୋଗ ଆଣିନି। ନିର୍ବାଚନରେ ଯଦି ପରାଜୟ ହୁଏ ତାର ସମୀକ୍ଷା କରିବା ଦରକାର। ଅଯଥା ଅଭିଯୋଗ କରିବା କଥା ନୁହେଁ। ବିରୋଧୀ ଦଳ କ୍ଷମତା ହ୍ୟାଙ୍ଗ ଓଭର ଛାଡ଼ୁନି।’’

Scroll to Top