P

p

PAN Card ହେଉଛି ଅପବ୍ୟବହାର। ହେଉଛି ସାଇବର ଠକେଇ। ବ୍ୟାଙ୍କ୍ ଆକାଉଣ୍ଟରୁ ଉଠିଯାଉଛି ଟଙ୍କା। ଆପଣଙ୍କ PAN ସୁରକ୍ଷିତ ତ? ଯଦି ଆପଣ କୌଣସି ଅଜଣା ଲୋନ୍ କିମ୍ବା ଆକାଉଣ୍ଟ ବିଷୟରେ ସୂଚନା ପାଆନ୍ତି, ତେବେ ବୁଝିଯିବେ  ଯେ ଆପଣଙ୍କର PAN କାର୍ଡ ଆଉ କାହା ହାତରେ ପଡ଼ିଯାଇଛି। କିପରି ଜାଣିବେ?

author-image

PAN-Card-Fraud

PAN-Card-Fraud Photograph: (OTV)

ଭାରତରେ PAN କାର୍ଡ କେବଳ ଏକ ପରିଚୟ ପତ୍ର ନୁହେଁ ବରଂ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଡକ୍ୟୁମେଣ୍ଟ ମଧ୍ୟ। ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ଟିକସ ଦାଖଲ କରିବା, ସମ୍ପତ୍ତି ପଞ୍ଜୀକରଣ ଠାରୁ ଆରମ୍ଭ କରି ଋଣ ପାଇବା ପର୍ଯ୍ୟନ୍ତ ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ ପ୍ରକ୍ରିୟା ପାଇଁ PAN ଦରକାର ହୋଇଥାଏ।

କିନ୍ତୁ ସବୁଠାରୁ ବଡ କଥା ହେଲା, ଏହାର ଗୁରୁତ୍ୱ ବଢ଼ିବା ସହିତ ଏହାର ଅପବ୍ୟବହାର ମଧ୍ୟ ବଢ଼ିଛି। ସାଇବର ଅପରାଧୀମାନେ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲି ଋଣ ନେବାରେ ଠକେଇ କରୁଛନ୍ତି ଆଉ ଟିକସରେ ମଧ୍ୟ ଠକୁଛନ୍ତି। ଆପଣଙ୍କ ପ୍ୟାନ୍ କାର୍ଡ ମଧ୍ୟ ଏହି ଠକେଇରେ ବ୍ୟବହାର ହୋଇପାରେ। 

ଜାଣିବେ କେମିତି ? 

ଯଦି ଆପଣଙ୍କୁ ସନ୍ଦେହ ହେଉଛି ଯେ ଆପଣଙ୍କର ପାନ କାର୍ଡ ଅନ୍ୟ କେହି ବ୍ୟବହାର କରୁଛନ୍ତି, ତେବେ ଏହା ଜାଣିବା ବହୁତ ସହଜ। ଆପଣଙ୍କ ନାଁରେ କୌଣସି ଅଜଣା ଲୋନ୍ କିମ୍ବା କ୍ରେଡିଟ୍ ଆକାଉଣ୍ଟ୍ ଚାଲୁଛି କି ନାହିଁ ତାହା ଯାଞ୍ଚ କରିବାକୁ ପଡିବ। ଏହା କରିବାର ସବୁଠାରୁ ଭଲ ଉପାୟ ହେଉଛି ଆପଣଙ୍କ କ୍ରେଡିଟ୍ ସ୍କୋର୍ ଯାଞ୍ଚ କରିବା।

ଆଜିକାଲି, ଆପଣ PhonePe, Google Pay, ଏବଂ Paytm ଭଳି ଅନେକ ଆପ୍ସରେ ସହଜରେ ଆପଣଙ୍କର କ୍ରେଡିଟ୍ ସ୍କୋର ଯାଞ୍ଚ କରିପାରିବେ। କେବଳ ଆପ୍ ଖୋଲନ୍ତୁ, “କ୍ରେଡିଟ୍ ସ୍କୋର” ସର୍ଚ୍ଚ କରନ୍ତୁ ଆଉ ଆପଣଙ୍କର ମୌଳିକ ସୂଚନା ଏଣ୍ଟ୍ରୀ କରନ୍ତୁ।

ଏହା କରିବାର କିଛି ସେକେଣ୍ଡ ମଧ୍ୟରେ, ଆପଣ ଆପଣଙ୍କର PAN ସହିତ ଜଡିତ ସମସ୍ତ ଆର୍ଥିକ ରେକର୍ଡ ଦେଖିପାରିବେ। ଯଦି ଆପଣ କୌଣସି ଅଜଣା ଲୋନ୍ କିମ୍ବା ଆକାଉଣ୍ଟ ବିଷୟରେ ସୂଚନା ପାଆନ୍ତି, ତେବେ ବୁଝିଯିବେ ଯେ ଆପଣଙ୍କର PAN କାର୍ଡ ଆଉ କାହା ହାତରେ ପଡ଼ିଯାଇଛି। 

ଯଦି ଆପଣ ଆପଣଙ୍କ ଯାଞ୍ଚ ସମୟରେ କୌଣସି ସନ୍ଦେହଜନକ ଟ୍ରାଞ୍ଜାକ୍‌ସନ୍ ଲକ୍ଷ୍ୟ କରନ୍ତି, ତେବେ ତୁରନ୍ତ ଆପଣଙ୍କ ବ୍ୟାଙ୍କ୍‌ ଏବଂ କ୍ରେଡିଟ୍ ବ୍ୟୁରୋକୁ ଜଣାନ୍ତୁ। ଏହା ସହିତ, ଅଭିଯୋଗ କରିବା ଏବଂ PAN କାର୍ଡର ଅପବ୍ୟବହାର ରିପୋର୍ଟ କରିବା ପାଇଁ ଆୟକର ବିଭାଗର ୱେବସାଇଟ୍‌କୁ ଯାଆନ୍ତୁ।      

Scroll to Top