ଦିଲ୍ଲୀ ବିସ୍ଫୋରଣ ପରେ ଓଡ଼ିଶା ଉପରେ କଡା ନଜର, ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ ଡିଜିପି

ଦିଲ୍ଲୀ-ବିସ୍ଫୋରଣ-ପରେ-ଓଡ଼ିଶା-ଉପରେ-କଡା-ନଜର,-ସୁରକ୍ଷା-ବ୍ୟବସ୍ଥାର-ଯାଞ୍ଚ-କଲେ-ଡିଜିପି

ଭୁବନେଶ୍ବର ୧୧/୧୧: ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ ହାଇଆଲର୍ଟ । ମୁମ୍ବାଇ, ହରିୟାଣା ଉତ୍ତରପ୍ରଦେଶ ସମେତ ଓଡିଶାରେ ବଢିଲା ସୁରକ୍ଷା ।ଓଡ଼ିଶାର ସମସ୍ତ ଗତିବିଧି ଉପରେ କଡା ନଜର ରଖାଯାଇଛି । ଧାର୍ମିକ ସ୍ଥଳ ଓ ସମ୍ବେଦନଶୀଳ ଅଞ୍ଚଳରେ ଚେକିଂ କଡାକଡି କରାଯାଇଛି। ପୁରୀ ଶ୍ରୀମନ୍ଦିର ସମେତ ଭୁବନେଶ୍ବର,ରାଉକରକେଲା ସମ୍ବଲରପୁରରେ ବାଲେଶ୍ବରରେ ତନ୍ନ ତନ୍ନ ଯାଞ୍ଚ ଚାଲିଛି । ବିଶେଷ କରି କଟକରେ ବାଲିଯାତ୍ରା ଚାଲିଥିବାରୁ ହଜାର ହଜାର ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ବାଲିଯାତ୍ରା କୁ ହାଇ ଆଲର୍ଟ ରେ ରଖା ଯାଇଛି । ଷଷ୍ଠ ଦିନର ବାଲିଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ର ଯାଞ୍ଚ କରିଛନ୍ତି DGP ୱାଇ. ବି. ଖୁରାନିଆ ।ବାଲିଯାତ୍ରା ଇଲେକ୍ଟ୍ରୋନିକ୍ସ ସର୍ଭେଲାନ୍ସ ଭିତରେ ରହିଛି।ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ବସ୍ ଷ୍ଟାଣ୍ଡ ଓ ରେଲୱେ ଷ୍ଟେସନ ରେ ନଜର ରଖାଯାଇଛି।ଜନ ସାଧାରଣ ଙ୍କ ସହଯୋଗ ରେ ବାଲିଯାତ୍ରା ସୁରୂଖୁରୁରେ ଚାଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି DGP ଖୁରାନିଆ।

ସମାନ ଢଙ୍ଗରେ କଟକ ରେଳ ଷ୍ଟେସନରେ କଟକ RPF ପକ୍ଷରୁ ଫ୍ଲାଗ ମାର୍ଚ୍ଚ ସହ କଡ଼ା ଯାଞ୍ଚ କରାଯାଇଛି। ପୋଷ୍ଟ କମାଣ୍ଡର, RPF କଟକଙ୍କ ନେତୃତ୍ବରେ ପ୍ଲାଟଫର୍ମ, ସର୍କୁଲେଟିଂ ଏରିଆ, ପ୍ରତୀକ୍ଷାଳୟ, ରିଟାୟରିଂ ରୁମ୍, ପାର୍ସେଲ ଅଫିସ୍ ଓ ପାଖପାଖି ଅଞ୍ଚଳରେ ଯାତ୍ରୀ ମାନଙ୍କୁ ଯାଞ୍ଚ କରାଯାଇଛି । ଅନାବଶ୍ୟକ ସାମଗ୍ରୀ, ସନ୍ଦିଗ୍ଧ ବ୍ୟକ୍ତି ଓ ସମ୍ବେନଶୀଳ ସ୍ଥାନଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହି ଯାଞ୍ଚ ସମୟରେ ଯାତ୍ରୀମାନଙ୍କ ସହ ସଂପର୍କ ସ୍ଥାପନ କରି ସୁରକ୍ଷା ବିଷୟରେ ଜାଗ୍ରତ କରାଇବା ସହ ବିଶ୍ବାସ ସୃଷ୍ଟି କରାଯାଇଛି । ଯାତ୍ରୀମାନେ କୌଣସି ସନ୍ଦିଗ୍ଧ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ଅଧିକାରୀଙ୍କୁ ଜଣାଇବାକୁ ପବ୍ଲିକ ଆଡ୍ରେସ ସିଷ୍ଟମ୍ ମାଧ୍ୟମରେ ଘୋଷଣା ମଧ୍ୟ କରାଯାଇଛି । ଷ୍ଟେସନ ଏବଂ ସର୍କୁଲେଟିଂ ଏରିଆକୁ HHMD ଦ୍ବାରା ସାନିଟାଇଜ୍ କରାଯାଇଛି ।

Scroll to Top