D

d

ଦିଲ୍ଲୀ ବିସ୍ଫୋରଣରେ ଆସିଲା ପୁଲୱାମା ଲିଙ୍କ୍ । i-20 କାରରେ ଆସିଥିଲେ ସନ୍ଦିଗ୍ଧ ! ବିସ୍ପୋରଣରେ ବ୍ୟବହୃତ କାରଟି ହେଉଛି i-20। ସେହି କାର ହରିୟାଣା RTOରେ ପଞ୍ଜିକୃତ ହୋଇଛି।

author-image

Delhi Blast Case

Delhi Blast Case Photograph: (OTV)

ଦିଲ୍ଲୀ ବିସ୍ଫୋରଣ ମାମଲାରେ ଆସିଲା ପୁଲୱାମା ଲିଙ୍କ୍। ବିସ୍ଫୋରଣ ପାଇଁ ବ୍ୟବହୃତ ହୋଇଥିବା କାରଟି ହେଉଛି i-20। କାରଟି ହରିୟାଣାର। ରେଜିଷ୍ଟ୍ରେସନ ନମ୍ବର ହେଉଛି, HR-26-CE 7674। କାର ମାଲିକଙ୍କ ନାଁ ହେଉଛି ମହମ୍ମଦ ସଲମାନ୍। ୨୦୧୪ ମାର୍ଚ୍ଚ ୧୮ରେ ରେଜିଷ୍ଟ୍ରେସନ୍ ହୋଇଛି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଜଣେ କାର୍ ମାଲିକର ଫଟୋ ପ୍ରସାରିତ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ ଏହି କାର୍ ଅନେକ ଥର କିଣାବିକା ହୋଇଛି। କାର୍ ମାଲିକ ମହମ୍ମଦ ସଲମାନଙ୍କୁ ପୋଲିସ ଧରିଥିବା ବେଳେ ସଲମାନର କହିବା କଥା ସେ ଏହି କାରକୁ ଆଉ ଜଣକୁ ବିକ୍ରି କରିଦେଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଫଟୋରେ ଦେଖାଯାଉଥିବା ବ୍ୟକ୍ତିର ନାଁ ତାରିଖ୍। ଯିଏ ବର୍ତ୍ତମାନ ଏହି କାରକୁ କିଣିଛି। ତାରିଖ୍ ପୁଲୱାମା ବାସିନ୍ଦା ବୋଲି କୁହାଯାଉଛି। ଅର୍ଥାତ10/11 ବିସ୍ଫୋରଣ ସହ ରହିଛି ପୁଲୱାମା ଲିଙ୍କ୍।

•    ଦିଲ୍ଲୀ ବିସ୍ଫୋରଣ: ଆସିଲା ପୁଲୱାମା ଲିଙ୍କ୍
•    i-20 କାରରେ ଆସିଥିଲେ ସନ୍ଦିଗ୍ଧ !
•    ବିସ୍ପୋରଣରେ ବ୍ୟବହୃତ କାରଟି ହେଉଛି i-20
•    ହରିୟାଣା RTOରେ ପଞ୍ଜିକୃତ
•    କାର୍ ରେଜିଷ୍ଟ୍ରେସନ ନମ୍ବର ହେଉଛି HR26CE7674
•    ୨୦୧୪ ମାର୍ଚ୍ଚ ୧୮ରେ ରେଜିଷ୍ଟ୍ରେସନ୍ ହୋଇଛି
•    ମହମ୍ମଦ ସଲମାନ୍ ନାଁରେ କାର୍ ଥିବା ଜଣାପଡ଼ିଛି
•    କାରକୁ ମହମ୍ମଦ ସଲମାନ ଅନ୍ୟକୁ ବିକ୍ରି କରିଥିବା କହୁଛି
•    ଫଟୋରେ ଦେଖାଯାଉଥିବା ବ୍ୟକ୍ତିର ନାଁ ତାରିଖ୍
•    ତାରିଖ୍ ପୁଲୱାମା ବାସିନ୍ଦା ବୋଲି କୁହାଯାଉଛି
•    ବିସ୍ଫୋରଣରେ ବ୍ୟବହୃତ କାର୍ i-20 ଏବେ ତାରିଖ୍ ପାଖରେ

Scroll to Top