ସରକାରୀ ଅନୁଦାନ ପ୍ରଦାନ ଦାବି, ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

ସରକାରୀ-ଅନୁଦାନ-ପ୍ରଦାନ-ଦାବି,-ବେସରକାରୀ-ଅଧ୍ୟାପକ-ଓ-କର୍ମଚାରୀ-ସଂଘର-କାର୍ଯ୍ୟବନ୍ଦ-ଆନ୍ଦୋଳନ-ଚେତାବନୀ

ସରକାରୀ ଅନୁଦାନ ପ୍ରଦାନ ଦାବି, ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

Published By : Prameya-News7 Bureau | August 08, 2025 IST

ଆନନ୍ଦପୁର ୮।୮: କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଲେ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ । ବିଭିନ୍ନ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ନୀତଗତ ଭାବେ ସରକାରୀ ଅନୁଦାନ ପ୍ରଦାନ କରାନଗଲେ ଆଗାମୀ ୧୬ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ଅଧ୍ୟାପକ ଓ କର୍ମଚାରୀ । 

ଓଡ଼ିଶା ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଆନନ୍ଦପୁର ପତିତପାବନ ମହାବିଦ୍ୟାଳୟ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଏଭଳି ଚେତାବନୀ ଦେଇଛି ସଂଘ । ସମାନ କମକରି ଏହି କର୍ମଚାରୀ ମାନେ ସ୍ବଳ୍ପ ବେତନ ପାଉଥିବା ବେଳେ ସରକାରଙ୍କ ଅଧିନରେ ନିଯୁକ୍ତି ପାଇଥିବା  କର୍ମଚାରୀ   ଓ ଅଧ୍ୟାପକ ମାନେ  ମୋଟା ଅଙ୍କର ବେତନ ପାଉଛନ୍ତି । ଏଭଳି ତାରତମ୍ୟ  କାହିଁକି ବୋଲି ପ୍ରଶ୍ନ କରିଛି ସଂଘ । ଅନ୍ୟପଟେ ବାରମ୍ବାର ଏ ଦିଗରେ  ଦାବି ହୋଇ ଆସୁଥିଲେ ମଧ୍ୟ  ନା ଏମାନଙ୍କ ଦୁଃଖ ଶୁଣିଛନ୍ତି ପର୍ବ ସରକାର ନା ଏବେର ସରକାର । ୨୦୦୮ ମସିହା ଜୁନ ମାସରୁ ୨୦୧୮ ମସିହା ମଧ୍ୟରେ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ପରିସରଭୁକ୍ତ କରିବାକୁ ଦାବି ହୋଇଛି ।

You Can Read:

ଦୀଘା ସମୁଦ୍ରରେ ୧୦ ଫୁଟର ଉଚ୍ଚ ଜୁଆର, ସୁରକ୍ଷା ପାଚେରୀ ଡେଇଁ ରାସ୍ତାକୁ ମାଡି ଆସିଲା ସମୁଦ୍ର ପାଣି

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top