D

d

ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଖବର ମିଛ। ଧର୍ମେନ୍ଦ୍ରଙ୍କ ଅବସ୍ଥା ସ୍ଥିର ଅଛି ଓ ସେ ସୁସ୍ଥ ହେଉଛନ୍ତି। ସୂଚନା ଦେଲେ ଧର୍ମେନ୍ଦ୍ରଙ୍କ ଝିଅ ଇଶା ଦେଓଲ୍। ଏଭଳି ଭୁଲ୍ ଅକ୍ଷମଣୀୟ କହିଲେ ହେମାମାଳିନୀ।

author-image

Dharmendra Deol

Dharmendra Deol Photograph: (OTV)

ବର୍ଷିଆନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଖବର ମିଛ। ତାଙ୍କ ଅବସ୍ଥା ସ୍ଥିର ଅଛି ଓ ସେ ସୁସ୍ଥ ହେଉଛନ୍ତି ବୋଲି ତାଙ୍କ ଝିଅ ତଥା ଅଭିନେତ୍ରୀ ଇଶା ଦେଓଲ୍ ଟ୍ବିଟ୍ କରି ଜଣାଇଛନ୍ତି। ତାସହ ଧର୍ମେନ୍ଦ୍ରଙ୍କ ଶୀଘ୍ର ଆରୋଗ୍ୟ ଲାଗି ପ୍ରାର୍ଥନା କରିବାକୁ ବି ନିବେଦନ କରିଛନ୍ତି ଇଶା।

ଅସୁସ୍ଥ ଥିବା ଧର୍ମେନ୍ଦ୍ରଙ୍କର ଆଜି ସକାଳେ ନିଧନ ହୋଇଥିବା ନେଇ କେତେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏମିତିକି ସୋସିଆଲ୍ ମିଡିଆରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ ମଧ୍ୟ କରି ସାରିଥିଲେ। ଏମିତିକି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ବି ଶୋକ ବାର୍ତ୍ତା ଆସିଥିଲା।

ତେବେ ପରେ ଏସବୁ ଦେଖି ଧର୍ମେନ୍ଦ୍ରଙ୍କ ପରଲୋକ ଜନିତ ଖବରକୁ ଭୁଲ୍ ବୋଲି ଦର୍ଶାଇଛନ୍ତି ଇଶା ଦେଓଲ। ଧର୍ମେନ୍ଦ୍ରଙ୍କର ଚିକିତ୍ସା ଏବେ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚାଲିଛି। ସେହିପରି ଧର୍ମେନ୍ଦ୍ରଙ୍କ ପରଲୋକ ଜନିତ ଭୁଲ୍ ଖବର ପ୍ରସାରଣ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ରଙ୍କ ପତ୍ନୀ ତଥା ଅଭିନେତ୍ରୀ ହେମା ମାଳିନୀ।

ହେମା ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ଯେ, ଉତ୍ତରଦାୟିତ୍ବ ବହନ କରୁଥିବା ନ୍ୟୁଜ୍ ଚ୍ୟାନେଲ ମାନେ ତାଙ୍କ ସ୍ବାମୀଙ୍କ ସମ୍ପର୍କରେ ଯେଉଁଭଳି ଖବର ପ୍ରସାରଣ କଲେ ତାହା ଅକ୍ଷମଣୀୟ। ତାଙ୍କ ସ୍ବାମୀ ଏବେ ସୁସ୍ଥ ହେଉଛନ୍ତି। ସୂଚନାଯୋଗ୍ୟ, ଧର୍ମେନ୍ଦ୍ରଙ୍କର ଚିକିତ୍ସା ଏବେ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚାଲିଛି।

•    ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ଖବର ମିଛ
•    ଧର୍ମେନ୍ଦ୍ରଙ୍କ ଅବସ୍ଥା ସ୍ଥିର ଅଛି ଓ ସେ ସୁସ୍ଥ ହେଉଛନ୍ତି
•    ସୂଚନା ଦେଲେ ଧର୍ମେନ୍ଦ୍ରଙ୍କ ଝିଅ ଇଶା ଦେଓଲ୍
•    ଧର୍ମେନ୍ଦ୍ରଙ୍କ ଶୀଘ୍ର ଆରୋଗ୍ୟ ଲାଗି ପ୍ରାର୍ଥନା କରିବାକୁ ନିବେଦନ
•    ଧର୍ମେନ୍ଦ୍ରଙ୍କର ପରଲୋକ ନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା
•    ଧର୍ମେନ୍ଦ୍ର ଏବେ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ
•    ଧର୍ମେନ୍ଦ୍ରଙ୍କ ନିଧନ ଖବର ପ୍ରସାରଣ ହେମାମାଳିନୀ କ୍ଷୁବ୍ଧ
•    ଏଭଳି ଭୁଲ୍ ଅକ୍ଷମଣୀୟ କହିଲେ ହେମାମାଳିନୀ

Scroll to Top