ଦିଲ୍ଲୀ ବିସ୍ଫୋରଣକୁ ନେଇ ଆସିଲା ପ୍ରିୟଙ୍କା ଗାନ୍ଧି ଓ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା, ଜାଣନ୍ତୁ କହିଛନ୍ତି କ’ଣ?

ଦିଲ୍ଲୀ-ବିସ୍ଫୋରଣକୁ-ନେଇ-ଆସିଲା-ପ୍ରିୟଙ୍କା-ଗାନ୍ଧି-ଓ-ମମତା-ବାନାର୍ଜୀଙ୍କ-ପ୍ରତିକ୍ରିୟା,-ଜାଣନ୍ତୁ-କହିଛନ୍ତି-କ’ଣ?

ନୂଆଦିଲ୍ଲୀ ୧୦।୧୧: ଦିଲ୍ଲୀ ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ବିସ୍ଫୋରଣ ସାରା ଦେଶକୁ ଥରାଇ ଦେଇଛି। ଏହି ବିସ୍ଫୋରଣ ମେଟ୍ରୋଷ୍ଟେସନ ପାର୍କିଂରେ ଛିଡା ହୋଇଥିବା ଏକ କାରରେ ହୋଇଛି। ଏହା ପରେ ରାଜଧାନୀ ଦିଲ୍ଲୀକୁ ଆଲର୍ଟ ରେ ରଖାଯାଇଛି। ଏହି ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୧୧ ବୋଲି କୁହାଯାଉଛି, ସେହିପରି ପରି ୩୦ ଜଣ ଆହତ ହୋଇଛନ୍ତି। ଏବେ ଏହି ଘଟଣାକୁ ନେଇ ସାରା ଦେଶରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।

Deeply shocked to hear about the tragic blast in New Delhi. My heart goes out to the families who have lost their loved ones and I pray for strength and a swift recovery for all those injured.

— Mamata Banerjee (@MamataOfficial) November 10, 2025

ମମତା ବାନାର୍ଜୀ ଲେଖିଛନ୍ତି ଯେ ନୂଆଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ଖବର ମୋତେ ଆଘାତ ଦେଇଛି। ପୀଡ଼ିତ ପରିବାର ଯେଉଁମାନେ ନିଜ ପ୍ରିୟ ଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା ରହିଛି। ଏହା ସହିତ ମମତା ବାନାର୍ଜୀ ବିସ୍ଫୋରଣରେ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ବିସ୍ଫୋରଣକୁ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ସେ ସୋସିଆଲ ମିଡିଆ ପୋଷ୍ଟ କରି ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି।

दिल्ली में हुए धमाके में कई लोगों की मृत्यु एवं कई के घायल होने का समाचार अत्यंत दुखद है।

ईश्वर दिवंगत आत्माओं को शांति प्रदान करें। शोक-संतप्त परिवारों के प्रति मेरी गहरी संवेदनाएं। घायलों के शीघ्र स्वस्थ होने की कामना करती हूं।

— Priyanka Gandhi Vadra (@priyankagandhi) November 10, 2025

ପ୍ରିୟଙ୍କା ଗାନ୍ଧି ଲେଖିଛନ୍ତି ଯେ ଦିଲ୍ଲୀରେ ସୋମବାର ହୋଇଥିବା ବିସ୍ଫୋରଣରେ କେତେକଙ୍କ ମୃତ୍ୟୁ ଓ କେତେକ ଆହତ ହୋଇଥିବା ନେଇ ଦୁଃଖଦ ଖବର ଆସୁଛି। ଈଶ୍ୱର ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ, ସୋକ ସନ୍ତପ୍ତ ପରିବାରଙ୍କ ପ୍ରତି ମୋର ଗଭୀର ସମବେଦନା। ସେହିପରି ପ୍ରିୟଙ୍କା ଗାନ୍ଧି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।  

Scroll to Top