Published By: Ajit – Prameya-News7 Bureau | November 10, 2025 10:17 PM
NEWS7
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଭୟଙ୍କର ବଡ଼ ବିସ୍ଫୋରଣ ହୋଇଛି । ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଦୁଇ ଡଜନରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ତଦନ୍ତ ଆରମ୍ଭ କରିଛନ୍ତି । ଗୃହ ମନ୍ତ୍ରୀ ଅମିତ୍ ଶାହ ନିଜେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ରାଜନେତା ମଧ୍ୟ ଏହି ଘଣ୍ଟା ଉପରେ ଦୁଃଖ ପ୍ରକାଶ କରିଛନ୍ତି ।
ଦିଲ୍ଲୀରେ କେବେ କେବେ ହୋଇଛି ବିସ୍ଫୋରଣ ?
- ୨୦୧୧ ମେ ୨୫ରେ ଦିଲ୍ଲୀର ହାଇକୋର୍ଟ ପାର୍କିଂରେ ବିସ୍ଫୋରଣ ହୋଇଥିଲା ଓ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ।
- ୨୦୦୮ ସେପ୍ଟେମ୍ୱର ୨୭ରେ ମେହରୋଲୀର ଫ୍ଲାଓର ମାର୍କେଟରେ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ।
- ୨୦୦୮ ସେପ୍ଟେମ୍ୱର ୧୩ରେ କରୋଲ ବାଗର ଗଫ୍ଫାର ମାର୍କେଟ, କନଟ୍ ପ୍ଲେସ୍ ଓ ଗ୍ରେଟର କୈଳାସରେ ୫ ବିସ୍ଫୋରଣ ହୋଇଥିଲା । ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା ।
- ୨୯ ଅକ୍ଟୋବର ୨୦୦୫ରେ ସରୋଜିନୀ ନଗର, ପହରଗଞ୍ଜ ଏବଂ ଗୋବିନ୍ଦପୁରୀରେ ତିନୋଟି ବିସ୍ଫୋରଣ ଘଟି 62 ଜଣଙ୍କର ମୃତ୍ୟୁ ଘଟିଥିଲା ।
- ୨୨ ମଇ ୨୦୦୫ରେ, ଲିବର୍ଟି ଏବଂ ସତ୍ୟମ ସିନେମା ହଲରେ ଦୁଇଟି ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୪ ଏପ୍ରିଲ ୨୦୦୬ରେ ଜାମା ମସଜିଦ ପରିସରରେ ଦୁଇଟି ବିସ୍ଫୋରଣ ଘଟିଥିଲା ।
- ୨୭ ଫେବ୍ରୁଆରୀ ୨୦୦୦ରେ, ପାହାରଗଞ୍ଜରେ ବିସ୍ଫୋରଣ ଘଟିଥିଲା ।
- ୧୬ ମାର୍ଚ୍ଚ ୨୦୦୦ରେ ସଦର ବଜାରରେ ଏକ ବିସ୍ଫୋରଣ ହୋଇଥିଲା ।
- ୧୮ ଜୁନ୍ ୨୦୦୦ରେ ଲାଲକିଲ୍ଲା ନିକଟରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା ।
- ୩୦ ଡିସେମ୍ବର ୧୯୯୭ରେ, ପଞ୍ଜାବୀ ବାଗ ନିକଟରେ ଏକ ବସରେ ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ।
- ୩୦ ନଭେମ୍ବର ୧୯୯୭ରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।
- ୨୬ ଅକ୍ଟୋବର ୧୯୯୭ରେ, କାରୋଲବାଗ ବଜାରରେ ଦୁଇଟି ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।
- ୧୮ ଅକ୍ଟୋବର ୧୯୯୭ରେ, ରାଣୀ ବାଗ ମାର୍କେଟରେ ଦୁଇଟି ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ।
- ୧୦ ଅକ୍ଟୋବର ୧୯୯୭ରେ, ଶାନ୍ତିଭାନ, କାଉଡିଆ ପୁଲ ଏବଂ କିଙ୍ଗସୱେ କ୍ୟାମ୍ପ ଅଞ୍ଚଳରେ ତିନୋଟି ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ଜଣେ ମୃତ୍ୟୁବରଣ କରିଥିଲେ ।
- ୧ ଅକ୍ଟୋବର ୧୯୯୭ରେ ସଦର ବଜାର ନିକଟରେ ଦୁଇଟି ବୋମା ବିସ୍ଫୋରଣ ଘଟିଥିଲା ।
- ୨୫ ମଇ ୧୯୯୬ରେ ଲାଜପତ ନଗର ସେଣ୍ଟ୍ରାଲ୍ ମାର୍କେଟରେ ବୋମା ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା ।




