ଦିଲ୍ଲୀରେ ବିସ୍ଫୋରଣ ପରେ ମୁମ୍ବାଇରେ ହାଇଆଲର୍ଟ ଜାରି, ଆଲର୍ଟରେ ଲକ୍ଷ୍ନୌଠୁ ନେଇ କୋଲକାତା

ଦିଲ୍ଲୀରେ-ବିସ୍ଫୋରଣ-ପରେ-ମୁମ୍ବାଇରେ-ହାଇଆଲର୍ଟ-ଜାରି,-ଆଲର୍ଟରେ-ଲକ୍ଷ୍ନୌଠୁ-ନେଇ-କୋଲକାତା

ନୂଆଦିଲ୍ଲୀ: ଦିଲ୍ଲୀରେ କାର ବିସ୍ଫୋରଣ ପରେ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି। ଏହା ସହ ଦେଶର ଅନ୍ୟ ପ୍ରମୁଖ ସହରରେ ଆଲର୍ଟ ଜାରି କରାଯାଇଛି। ଏଥିରେ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌଠୁ ନେଇ କୋଲକାତା ଓ ବିହାର ପର୍ଯ୍ୟନ୍ତ ସାମିଲ୍। ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ଏ ପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସ୍ଥିତି ଦେଖିଲେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ।

ଦିଲ୍ଲୀ ଧମାକା ପରେ ମୁମ୍ବାଇରେ ସୁରକ୍ଷା ଏଜେନ୍ସି ଟ୍ରାଞ୍ଜିଟ ହବ୍, ଐତିହାସିକ ସ୍ଥଳ ଓ ଜନଗହଳିପୂର୍ଣ୍ଣ ସାର୍ବଜନୀନ ସ୍ଥାନରେ ସୁରକ୍ଷା ବଢାଇ ଦେଇଛି। ଉତ୍ତର ପ୍ରଦେଶରେ ମଧ୍ୟ ଚେତାବନୀ ଜାରି କରାଯାଇଛି। ଏହା ବ୍ୟତୀତ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଅତିରିକ୍ତ ସୁରକ୍ଷାବଳ ମୁତୟନ କରାଯିବା ସହ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।

ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଲାଲକିଲ୍ଲା ନିକଟରେ ଛିଡ଼ା ଏକ କାରରେ ସୋମବାର ସନ୍ଧ୍ୟା ପ୍ରାୟ ୭ଟାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଆଖପାଖରେ ଥିବା ଗାଡ଼ିଗୁଡିକ ମଧ୍ୟ ଧ୍ଵସ୍ତ ହୋଇ ଯାଇଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା ଏହାର ଧମାକା ଏତେ ତୀବ୍ର ଥିଲା ଯେ, ଭୂକମ୍ପ  ପରି ଅନୁଭବ ହୋଇଥିଲା। ଦୁର୍ଘଟଣାସ୍ଥଳ ଆଖପାଖରେ ଥିବା ଦୋକାନଗୁଡ଼ିକର କାଚ ଭାଙ୍ଗି ଯାଇଛି। ଏହି ଅଘଟଣ ପରେ ପୂରା ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି।

Scroll to Top