ଅମିନିଗୁଡା ଛକରେ ଓଲଟିଲା ଟୁରିଷ୍ଟ ବସ୍, ଆହତ ୫ ଜଣ ମେଡିକାଲରେ ଭର୍ତ୍ତି
Published By: Ruby – Prameya-News7 Bureau | November 10, 2025 06:01 PM
NEWS7
କୋରାପୁଟ ୧୦।୧୧: ରାୟଗଡା ୩୨୬ ନଂ ଜାତୀୟ ରାଜପଥରେ ଓଲଟିଲା ଟୁରିଷ୍ଟ ବସ୍ । କୋରାପୁଟରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ସମୟରେ ବସ୍ ଦୁର୍ଘଟଣାଗ୍ରସ୍ତ । ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି
ସୂଚନାଯୋଗ୍ୟ ଯେ, ରାୟଗଡା ୩୨୬ ନଂ ଜାତୀୟ ରାଜପଥ ଅମିନିଗୁଡା ଛକ ନିକଟରେ ଓଲଟିଲା ଟୁରିଷ୍ଟ ବସ୍ । କୋରାପୁଟରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଲା ଟୁରିଷ୍ଟ ବସ୍ । ବସ୍ରେ ୧୫ ଜଣ ଟୁରିଷ୍ଟ ରହିଥିବା ବେଳେ ୫ ଜଣ ଆହତ ହୋଇ କୋରାପୁଟ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।




