ନୂଆଦିଲ୍ଲୀ: ଆଉ ସାଥିରେ ନେବାକୁ ପଡ଼ିବନି ଆଧାର କାର୍ଡ। ମୋବାଇଲରେ ହିଁ ସେଭ୍ ହୋଇ ରହିବ ଆଧାର କାର୍ଡ। ଇଣ୍ଟରନେଟ ଥାଉକି’ ନଥାଉ ଆପ୍ ମାଧ୍ୟମରେ କାଢ଼ିପାରିବେ ନିଜର ଓ ନିଜ ପରିବାର ସଦସ୍ୟଙ୍କ ଆଧାରକାର୍ଡ। ଖାଲି ସେତିକି ନୁହେଁ ସୁରକ୍ଷିତ ଉପାୟରେ ଆଧାରକାର୍ଡର କେବଳ ଜରୁରୀ ତଥ୍ୟ ହିଁ ଶେୟାର କରିପାରିବେ।
ଆଧାର କାର୍ଡର ଡିଜିଟାଲ ବ୍ୟବହାରକୁ ଆହୁରି ସରଳ ଓ ସହଜ କରିବା ପାଇଁ ନୂଆ ମୋବାଇଲ ଆପ୍ ଲଞ୍ଚ କରିଛି ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ ବା UIDAI । ଏହି ଆପ୍ ଜରିଆରେ ଏଣିକି ଆପଣ ନିଜ ଆଧାର କାର୍ଡକୁ ସବୁବେଳେ ଫୋନରେ ନେଇପାରିବେ। ଅର୍ଥାତ ଆପଣଙ୍କୁ କୌଣସି ଫିଜିକାଲ ଆଧାରକାର୍ଡ ପାଖରେ ରଖିବା ଆବଶ୍ୟକ ନାହିଁ। ପୁରୁଣା ଏମ-ଆଧାର ଆପ୍ ଠାରୁ ଅଲଗା ନୂଆ ଆପ୍ରେ ଆଧାର କାର୍ଡ ସହ ଜଡ଼ିତ କୌଣସି ଭେରିଫିକେସନ ୟୁପିଆଇ ପେମେଣ୍ଟ ଭଳି ସହଜରେ ହୋଇପାରିବ।
ନୂଆ ଆଧାର ଆପ୍ର ଫିଚର୍ସ
ଇ- ଆଧାର ସବୁବେଳେ ସମସ୍ତଙ୍କ ପାଖରେ ଫୋନ୍ରେ ରହିପାରିବ। ପେପର କପି ରଖିବାର ଆବଶ୍ୟକତା ରହିବନି। ଯଦି ଆପଣ ନିଜ ଆଧାର କାର୍ଡ କେଉଁଠାରେ ବ୍ୟବହାର କରିବାକୁ ଚାହିବେ ତେବେ ଆପଣଙ୍କୁ ଫେସ୍ ଫେସ ସ୍କାନ କରିବାକୁ ହେବ। ଏହା ସହ ବାୟୋମେଟ୍ରିକ ଅଥେଣ୍ଟିକେସନ ଦ୍ବାରା ଆପ ଖୋଲି ହେବ। ଆପ୍ର ଏକାଧିକ ଭାଷା, ଅଫଲାଇନ ୟୁଜ ଭଳି ସୁବିଧା ମଧ୍ୟ ରହିଛି।
ସୂଚନାଥାଉକି, ପୂର୍ବରୁ ଏମ ଆଧାର ଆପ୍ର ବ୍ୟବହାର ହେଉଥିଲ। ଏହା ଆଧାର ଡିଟେଲ ଚେକ୍ କରିବା, ଡିଜିଟାଲ ଆଧାର କାର୍ଡ ଡାଉନଲୋଡ କରିବା ଏବଂ ପିଭିସି କାର୍ଡ ମଗାଇବା ପାଇଁ ବ୍ୟବହାର ହେଉଥିଲା। ସେହିଭଳି ନୂଆ ଆପ୍ରେ ୟୁଜର୍ସ ନିଜ ଆଧାର ତଥ୍ୟକୁ ନିରାପଦ ରଖି ସ୍କାନ କରି ଶେୟାର କରିପାରିବେ। ନୂଆ ଆପଦ୍ବାରା ଚେକ- ଇନ୍, ସିମ ଆକ୍ଟିଭେସନ କିମ୍ବା ବ୍ୟାଙ୍କ୍ କେଓ୍ବାଇସି ସହଜ ହେବ। ପରିବାରର ଆଧାର କାର୍ଡ ମଧ୍ୟ ଏଥିରେ ସହଜରେ ରହିପାରିବ।
ତଥାପି ପିଡିଏଫ ଡାଉନଲୋଡ କିମ୍ବା ପିଭିସି କାର୍ଡ ପାଇଁ ଏବେ ବି ଏମଆଧାର ବ୍ୟବହାର କରନ୍ତୁ।ଭର୍ଚ୍ଚୁଆଲ ଆଇଡି ଜେନେରେଟ୍ କିମ୍ବା କିଛି ଅପଡେଟ କରିବା ପାଇଁ ୟୁଆଇଡିଆଇ ପୋର୍ଟାଲ କିମ୍ବା ଏମ ଆଧାର ହିଁ ଉତ୍ତମ। ନୂଆ ଆପ୍ରେ ପ୍ରାଇଭେସୀକୁ ଗୁରୁତ୍ବ ଦିଆଯାଇଛି। ଏହାଦ୍ବାରା କେବଳ ଆବଶ୍ୟକୀୟ ତଥ୍ୟ ହିଁ ଶେୟାର କରିପାରିବେ।




