R

r

ରେଖା ନିଜର ଖାଇବା ପିଇବାର ବିଶେଷ ଧ୍ୟାନ ରଖନ୍ତି । ସେ ଫଳ ରସ ଏବଂ ପଇଡ ପାଣି ପିଅନ୍ତି । ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ପ୍ରାୟ ୧୨ ଗ୍ଲାସ୍ ପାଣି ଦିନକୁ ପିଇଥାଆନ୍ତି ।

author-image

rekha

rekha Photograph: (OTV)

ବଲିଉଡର ଏଭରଗ୍ରୀନ ସୁପରଷ୍ଟାର ରେଖା । ନିଜର ସୌନ୍ଦର୍ଯ୍ୟ ପାଇଁ ଏବେବି ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଛନ୍ତି । ‍ଫିଲ୍ମ ହେଉ କି ପାର୍ଟି କିମ୍ବା କୌଣସି ଇଭେଣ୍ଟ ରେଖାଙ୍କର ଉପସ୍ଥିତି ସମସ୍ତଙ୍କର ଧ୍ୟାନ ଆକର୍ଷିତ କରିଥାଏ । ନିକଟରେ ଏକ କାର୍ଯ୍ୟକ୍ରମରେ ସେ ନିଜର ସୌନ୍ଦର୍ଯ୍ୟର ରହସ୍ୟର ଖୁଲାସା କରିଛନ୍ତି । 

ରେଖା କହିଛନ୍ତି ”ମୋତେ ସବୁ ଜିନିଷକୁ ପ୍ରେମ ହୋଇଥାଏ । ମୁଁ ମୋ କାମକୁ ଭଲ ପାଏ । ନିଜ ବନ୍ଧୁମାନଙ୍କୁ ଭଲ ପାଏ । ସାରା ଦୁନିଆକୁ ଭଲ ପାଏ । ମୁଁ ପ୍ରକୃତିକୁ ଭଲ ପାଏ । କିନ୍ତୁ ସବୁଠାରୁ ଜରୁରୀ ଜିନିଷ ହେଉଛି ନିଜକୁ ଭଲ ପାଇବା । 

ରେଖା ପ୍ରତିଦିନ ସକାଳେ ଉଠି ଓ୍ୱାର୍କଆଉଟ୍ ଏବଂ ଧ୍ୟାନ କରନ୍ତି। ସେ ଜିମ୍‌କୁ ଫିଟ ରହିବାର ସାଧନ ଭାବେ ଗ୍ରହଣ କରନ୍ତି ନାହିଁ, କାରଣ ଫିଟ ରହିବା ପାଇଁ ନୃତ୍ୟ, ବଗିଚା କାମ କରିବା ଏବଂ ଘରୋଇ କାମ ଜରୁରୀ, ଯାହା ଏକ ପ୍ରକାରର ବ୍ୟାୟାମ। ଏହା ବ୍ୟତୀତ ସେ ପୂର୍ଣ୍ଣ ନିଦ୍ରା ଉପରେ ମଧ୍ୟ ଗୁରୁତ୍ୱ ଦିଅନ୍ତି ଯାହା ମୁହଁରେ ଗ୍ଲୋ ଓ ସତେଜପଣ ଆଣିଥାଏ ।

ରେଖା ନିଜର ଖାଇବା ପିଇବାର ବିଶେଷ ଧ୍ୟାନ ରଖନ୍ତି । ସେ ଫଳ ରସ ଏବଂ ପଇଡ ପାଣି ପିଅନ୍ତି । ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ସେ ପ୍ରାୟ ୧୨ ଗ୍ଲାସ୍ ପାଣି ଦିନକୁ ପିଇଥାଆନ୍ତି । ଯାହା ଶରୀର ଏବଂ ଚର୍ମ ଉଭୟକୁ ଡିଟକ୍ସ୍ ରହିବା ପାଇଁ ସାହାଯ୍ୟ କରେ । ସେ ତେଲ ଛଣା ଜିନିଷ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ରୋଷେଇ ହୋଇଥିବା ଖାଦ୍ୟ ଖାଆନ୍ତି ନାହିଁ । 

ସେ ପ୍ରତିଦିନ ରାତି ୮ଟାରେ ଡିନର୍ କରି ନିଅନ୍ତି ଯାହା ଶରୀରକୁ ରିଲାକ୍ସ୍ ରହିବା ପାଇଁ ସାହାଯ୍ୟ କରେ । ରେଖା ଆୟୁର୍ବେଦର ପୁରୁଣା ପଦ୍ଧତିକୁ ଆପଣେଇଛନ୍ତି । ସେ ଆରୋମା ଥେରାପି ଏବଂ ଆୟୁର୍ବେଦିକ୍ ସ୍ପା କରିଥାଆନ୍ତି । କେଶ ପାଇଁ ସେ ପ୍ରାକୃତିକ ଫେସ୍‌ପ୍ୟାକ୍‌ ଲଗାନ୍ତି । 

Scroll to Top