C

c

୪ ଦିନରେ ୪.୬ ଡିଗ୍ରୀ ଖସିଲା ରାଜଧାନୀର ତାପମାତ୍ରା। ଭୋର ସାଢେ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୧୬.୨ ଡିଗ୍ରୀ। ଗତ ୭ ତାରିଖରେ ରାଜଧାନୀରେ ୨୦.୮ ଡିଗ୍ରୀ ତାପମାତ୍ରା ରହିଥିଲା।

author-image

Winter

Winter Photograph: (OTV)

ଖସୁଛି ପାରଦ, ଥରୁଛି ଓଡ଼ିଶା । ଭୁବନେଶ୍ବରରେ ବଢୁଛି ଶୀତ । ୪ ଦିନରେ ୪.୬ ଡିଗ୍ରୀ ଖସିଲା ରାଜଧାନୀର ତାପମାତ୍ରା । ଭୋର ସାଢେ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ଭୁବନେଶ୍ବରରେ ୧୬.୨ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ଗତ ୭ ତାରିଖରେ ରାଜଧାନୀରେ ୨୦.୮ ଡିଗ୍ରୀ ତାପମାତ୍ରା ରହିଥିଲା । 
କୋରାପୁଟ, ସୁନ୍ଦରଗଡ, କନ୍ଧମାଳ ଭଳି ଆଭ୍ୟନ୍ତରଣୀ ଜିଲ୍ଲାରେ ହାଲୁକା ଶୀତ ଅନୁଭୂତ ହେବାରେ ଲାଗିଲାଣି। ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବେଶ କରୁଛି। ପ୍ରଭାବରେ କିଛି ଜିଲ୍ଲାରେ ଦିନ ଓ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏଁ କମିଛି । 
ଦାରିଙ୍ଗବାଡ଼ି, ଫୁଲବାଣୀ,ଝାରସୁଗୁଡ଼ା ଆଦି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ଆସନ୍ତା ୨ରୁ ୩ ଦିନରେ ପାରଦ ୩ରୁ ୪ଡିଗ୍ରୀ ଖସିପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ଏବର୍ଷ ପଶ୍ଚିମା ବାୟୁର ପ୍ରବାହ ଯୋଗୁଁ ଲଗାତାର ଶୀତ ଲହରି ରହିବ ନାହିଁ। ବିଗତ ବର୍ଷ ଅପେକ୍ଷା ଥଣ୍ଡା ଟିକେ ଅଧିକ ରହିଲେ ବି ଶୀତର ଅବଧି କମିବ।


•    ଖସୁଛି ପାରଦ, ଥରୁଛି ଓଡ଼ିଶା
•    ଭୁବନେଶ୍ବରରେ ବଢୁଛି ଶୀତ
•    ୪ ଦିନରେ ୪.୬ ଡିଗ୍ରୀ ଖସିଲା ରାଜଧାନୀର ତାପମାତ୍ରା
•    ଭୋର ସାଢେ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୧୬.୨ ଡିଗ୍ରୀ
•    ଗତ ୭ ତାରିଖରେ ରାଜଧାନୀରେ ୨୦.୮ ଡିଗ୍ରୀ ତାପମାତ୍ରା ରହିଥିଲା
•    ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ଶୀତ 
•    ଦାରିଙ୍ଗବାଡ଼ି, ଫୁଲବାଣୀ ଓ ଝାରସୁଗୁଡ଼ାର ତାପମାତ୍ରା ୧୫ ଡିଗ୍ରୀ ତଳେ
•    ୨ରୁ ୩ ଦିନରେ ପାରଦ ୩ରୁ ୪ଡିଗ୍ରୀ ଖସିପାରେ

Scroll to Top