W

w

ଅଧା ରାସ୍ତାରେ ଅଟୋରେ ପ୍ରସବ କଲେ ମହିଳା। ଅଟୋରେ ଏକ କନ୍ୟା ସନ୍ତାନକୁ ଜନ୍ମଦେଇଥିଲେ। ପରେ ଡାକ୍ତରଖାନାରେ ଏକ କନ୍ୟା ସନ୍ତାନ ଜନ୍ମ। ଦୁଇ ଛୁଆ ଓ ମାଆ ସୁସ୍ଥ ଅଛନ୍ତି।

author-image

Delivery In Auto

Delivery In Auto Photograph: (OTV)

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର l ଅଟୋରେ ମେଡ଼ିକାଲ୍ ନେବା ବେଳେ ଅଧା ରାସ୍ତାରେ ପ୍ରସବ କଲେ ମହିଳା l  ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି  ଗଜପତି ଜିଲ୍ଲା ଅଡବା ଥାନା ଖାରିଗୁଡ଼ା ପଂଚାୟତ ବନ୍ଦ୍ରିଗାଁ ରେ l 
ଅଧା ରାସ୍ତାରେ ଅଟୋରେ ଦୁଇଟି ସନ୍ତାନ ପ୍ରସବ କରିଥିବା ବେଳେ  ମେଡ଼ିକାଲରେ ଆଉ ଏକ ସନ୍ତାନ ପ୍ରସବ କରିଥିଲେ ମହିଳାଜଣକ। ଗାଁର ଜିତେନ୍ଦ୍ର ମାଝୀଙ୍କ ପତ୍ନୀ ପୁଲିନା ମାଝୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଏକ ଅଟୋ ଭଡ଼ା କରି ବିରିକୋଟ ମେଡ଼ିକାଲକୁ ନେଇଥିଲେ l

ହେଲେ ମେଡ଼ିକାଲ୍ ନେବା ବେଳେ ଜଙ୍ଗଲ ରାସ୍ତାରେ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ । ମେଡ଼ିକାଲ ପହଂଚିବା ପୂର୍ବରୁ ଗେଟ୍ ନିକଟରେ ଅନ୍ୟ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ l ପରେ ମେଡିକରେ ଭର୍ତ୍ତି କରିବା ପରେ ସେ ଆଉ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ତେବେ ମା  ଓ ୩ ନବଜାତଙ୍କ ଶିଶୁ ସୁସ୍ଥ ଥିବା ଜଣା ପଡିଛି ।

•    ଅଧା ରାସ୍ତାରେ ଅଟୋରେ ପ୍ରସବ କଲେ ମହିଳା
•    ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର ଘଟଣା
•    ଅଟୋରେ ଏକ କନ୍ୟା ସନ୍ତାନକୁ ଜନ୍ମଦେଇଥିଲେ
•    ପରେ ଡାକ୍ତରଖାନାରେ ଏକ କନ୍ୟା ସନ୍ତାନ ଜନ୍ମ
•    ଦୁଇ ଛୁଆ ଓ ମାଆ ସୁସ୍ଥ ଅଛନ୍ତି

Scroll to Top