ଜାତୀୟ କୁଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ସଫଳତା, ସର୍ବାଧିକ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରି ଗୌରବ ଆଣିଲେ ଚୌଦ୍ଵାର କୁଡୋର ଏସ.କେ ଇରଫାନ୍
Published By: Chikun – Prameya-News7 Bureau | November 09, 2025 09:38 PM
NEWS7
ଚୌଦ୍ବାର: ସୁରଟର ଦୟାଲ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଜାତୀୟ କୁଡୋ ପ୍ରତିଯୋଗିତାରେ ଚୌଦ୍ଵାରକୁ ସଫଳତା । ୬ ଦିନ ଧରି ଚାଲିଥିବା ୧୬ତମ ଜାତୀୟ କୁଡୋ ପ୍ରତିଯୋଗିତାର ୬ଷ୍ଠ ତମ ଫେଡେରେସନ କପ୍ ଓ ୧୭ ତମ ଅକ୍ଷୟ କୁମାର ଆନ୍ତର୍ଜାତିକ କୁଡୋ ଚାମ୍ପିଆନସିପରେ ଓଡ଼ିଶା ୮୦ ପଦକ ହାତେଇଥିବାବେଳେ, ଚୌଦ୍ବାର କୁଡୋରଏସ.କେ ଇରଫାନ୍ ସର୍ବାଧିକ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରି ଚୌଦ୍ଵାର ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ଓଡ଼ିଶାର ମୁଖ୍ୟ ପ୍ରଶିକ୍ଷକ ତଥା କୁଡୋ ଇଣ୍ଡିଆର ସହ ସମ୍ପାଦକ ସିହାନ ନିତାଇ ଶଙ୍କର ଗୁଇଁଙ୍କ ନେତୃତ୍ବରେ ଓଡ଼ିଶାରୁ ମୋଟ ୪୫ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗ ଲାଗି ଅଂଶଗ୍ରହଣ କରିଥିଲେ। ସେଥି ମଧ୍ୟରୁ ଓଡ଼ିଶା ୨୯ଟି ସ୍ବର୍ଣ୍ଣ ପଦକ, ୨୧ଟି ରୌପ୍ୟ ପଦକ ଓ ୩୦ଟି ବ୍ରୋଞ୍ଜ ପଦକ ହାସଲ କରିଛି।




