ରେ ଜଗା ଏ ବାପାଟା ଛାତିପିଟି କାନ୍ଦୁଛି । ତା’ ପୁଅର ଜୀବନ ତତେ ଭିକ ମାଗୁଛି । ତୋ ପଣ୍ଡା କାନ୍ଦିଲେଣି । ତୋ ବଡ଼ଦାଣ୍ଡରେ ତୋ ଭକ୍ତମାନଙ୍କ ହୃଦୟ ବି କାନ୍ଦିଲାଣି । ରତ୍ନ ସିଂହାସନରୁ ଓହ୍ଲାଇ ପଡ଼ରେ ଜଗା ।
/odishatv-khabar/media/media_files/2025/11/09/puri-mahaprabhu-darshan-2025-11-09-17-47-57.jpg)
Puri-Mahaprabhu-Darshan Photograph: (OTV)
ରେ ଜଗା ଏ ବାପାଟା ଛାତିପିଟି କାନ୍ଦୁଛି । ତା’ ପୁଅର ଜୀବନ ତତେ ଭିକ ମାଗୁଛି । ତୋ ପଣ୍ଡା କାନ୍ଦିଲେଣି । ତୋ ବଡ଼ଦାଣ୍ଡରେ ତୋ ଭକ୍ତମାନଙ୍କ ହୃଦୟ ବି କାନ୍ଦିଲାଣି । ରତ୍ନ ସିଂହାସନରୁ ଓହ୍ଲାଇ ପଡ଼ରେ ଜଗା । ସବୁ କିଛି ଠିକ୍ କରିଦେ, ବାପାର କୋଳରେ ତା’ ପିଲାକୁ ଥରେ ହସେଇ ଦେ । ପିଲାଟିର ଜୀବନ ଦୀପକୁ ତୋ ବଡ଼ଦାଣ୍ଡରେ ଜଳୁଥିବା ଏ ଦୀପ ପରି କଥା କୁହାଇଦେ । ଆଉ ଥରେ ତୋ ଭକ୍ତର ଲମ୍ବା ତାଲିକାରେ ଏ ବାପାଟାର ନାଁ ଚଢେଇଦେ ।
ଏ ଦୁଃଖି ବାପା ଆଖିର ଲହରେ ତୋ ସିଂହଦ୍ବାର ଭିଜୁଛି । ଜୟ ଜଗନ୍ନାଥ ବଦଳରେ ତତେ ଏ ବାପା ମଣିମା ମଣିମା ଡାକୁଛି । ଏଠି ତା’ ସବୁ ଭୁଲ ଆଉ ସବୁ ଦୋଷକୁ ତୁ କ୍ଷମା କରଦେ । କୁନି ପାଲାଟା ମୁହଁରେ ଚମକ ଦେଇଦେ । ହାତ ଧରି ତୋ ଏ ଭକ୍ତକୁ ଆଶ୍ବସନା ଦେ । ଶ୍ରୀମନ୍ଦିର ନେଇ ତା’ ସବୁ କଷ୍ଟକୁ ଛଡ଼ାଇ ହସ ଦେଇ ତା’କୁ ଫେରାଇ ଦେ ।
ଏ କଥା ସମସ୍ତଙ୍କୁ ଭାବବିହ୍ବଳ କରିବ । କିଛି ଆଖିରେ ନିଶ୍ଚୟ ଲୁହ ଆଣି ଦେବ । କାରଣ ଜଣେ ବାପା ଅନନ୍ତ କୋଟି ବିଶ୍ବ ବ୍ରହ୍ମାଣ୍ଡର ଅଧିନାୟକଙ୍କୁ ତା’ ଜୀବନର ବଡ଼ ମୂଲ୍ୟବାନ ଜିନିଷଟାକୁ ମାଗୁଛନ୍ତି । ହୃଦୟ ଭିତରୁ ଭକ୍ତି ରଖି ଆଖିରୁ ଧାର ଧାର ଲୁହ ଝରାଇ ସବୁ କିଛି କହିଛାଲିଛନ୍ତି । ଆଉ ମନ ଭିତରେ ତାଙ୍କର ରହିଛି ଅଗାଢ଼ ବିଶ୍ବାସ । ମହାପ୍ରଭୁଙ୍କ ଉପରେ ବିଶ୍ବାସ ଅଛି, ତାଙ୍କ ପୁଅ ଉପରେ ଚକାଡୋଳାର ନଜର ପଡ଼ିଗଲେ ସେ ସୁସ୍ଥ ହେବ । ଆଗପରି ହସିବ, ଆଗପରି କଥା କହିବ । ସେଇ ଆଶା ଟିକେ ନେଇ ଏ ବାପା ଶ୍ରୀମନ୍ଦିରକୁ ଦୌଡି ଆସିଛି । ପିଲାକୁ ସିଂହଦ୍ବାରରେ ଶୁଆଇଦେଇ ସବୁ କିଛି କହିଯାଉଛି । ଆଉ ପଣ୍ଡାମାନେ ବି ତାଙ୍କୁ ବାଇଶି ପାହାଚ ଦେଇ ଶ୍ରୀମନ୍ଦିର ଯାଇ ମହାପଭୁଙ୍କୁ ଦର୍ଶନ କରି ଗୁହାରୀ ଜଣାବାକୁ କହୁଛନ୍ତି ।
ଖୁବଶୀଘ୍ର ପିଲାଟି ସୁସ୍ଥ ହେଉ ଆମେ ବି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛୁ




