ଆମେରିକାରେ ଓଡ଼ିଆ ପୋଷ୍ୟ କନ୍ୟାକୁ ନିର୍ଯାତନା ଅଭିଯୋଗ । ଓଡ଼ିଶା ଫେରାଇ ଆଣିବାକୁ ଆକୁଳ ନିବେଦନ । ଏନେଇ ସୋସିଆଲ୍ ମିଡିଆରେ ଗୁହାରୀ କରିଛନ୍ତି ପୂଜା ଓରଫ ସେଜଲ୍ ନାମକ ଯୁବତୀ ।
/odishatv-khabar/media/media_files/2025/11/09/pooja-2025-11-09-19-48-53.jpg)
POOJA Photograph: (OTV)
ଆମେରିକାରେ ଓଡ଼ିଆ ପୋଷ୍ୟ କନ୍ୟାକୁ ନିର୍ଯାତନା ଅଭିଯୋଗ । ଓଡ଼ିଶା ଫେରାଇ ଆଣିବାକୁ ଆକୁଳ ନିବେଦନ । ଏନେଇ ସୋସିଆଲ୍ ମିଡିଆରେ ଗୁହାରୀ କରିଛନ୍ତି ପୂଜା ଓରଫ ସେଜଲ୍ ନାମକ ଯୁବତୀ । ପୋଷ୍ୟ କନ୍ୟା ଭାବରେ ୨୦୧୮ ମସିହାରୁ ଆମେରିକାରେ ରହି ଆସୁଥିବା ବେଳେ ଏବେ ପାଳିତା ମାଆ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ।
ସୋସିଆଲ୍ ମିଡିଆରେ କାନ୍ଦି କାନ୍ଦି କହିଛନ୍ତି, ଏଠି ମୋତେ ବହୁତ କଷ୍ଟ ଦେଉଛନ୍ତି, ବହୁତ ଅତ୍ୟାଚାର ବି କରୁଛନ୍ତି । ମୁଁ ଓଡ଼ିଶାକୁ ଫେରି ଯିବାକୁ ଚାହେଁ, ଏଠି ମୋତେ ବହୁତ କାମ କରାଉଛନ୍ତି। ୨୦୨୩ରେ ମୋ ଭିସା ଶେଷ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ କରୁଛି ଓଡ଼ିଶାକୁ ଫେରିଯିବାକୁ ମୋତେ ସହାୟତା କରନ୍ତୁ । ଓଡ଼ିଶା ଯିବି ଓ ମୋ ମାଆବାପାଙ୍କୁ ଖୋଜିବି । ଯେତେବେଳେ ମୁଁ ଓଡ଼ିଶାରେ ଥିଲି ବହୁତ ଖୁସିରେ ଥିଲି ,ଆମେରିକାରେ ମୁଁ ଜମାରୁ ଖୁସି ନାହିଁ ।
ମୁଁ ଜଣେ ହିନ୍ଦୁ ଝିଅ, ମୋତେ ବାଧ୍ୟ କରୁଛନ୍ତି ଖ୍ରୀଷ୍ଟିୟାନ୍ ହେବାକୁ ,ମୁଁ ହାତ ଯୋଡି କହୁଛି ମୋତେ ଓଡ଼ିଶା ନେଇଯାଆନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି ପୂଜା। ଛୋଟ ବେଳେ ନିଜ ବାପାମା ଠାରୁ ଟ୍ରେନରେ ହଜି ଯାଇଥିଲେ ପୂଜା । ଚାଇଲ୍ଡ ଲାଇନ ଉଦ୍ଧାର କରି ଓଡ଼ିଶା ପଠେଇବା ପରେ ପ୍ରଥମେ ନୀଳଗିରି ତାପରେ ଭୁବନେଶ୍ୱର ନହରକଣ୍ଟାରେ ଥିବା ଏକ କନ୍ୟାଶ୍ରମ ରେ ରହି ପାଠ ପଢୁଥିଲେ। ୨୦୧୮ ମସିହାରେ ଆମେରିକୀୟ ଦମ୍ପତି ପୂଜାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଆମେରିକା ନେଇଯାଇଥିଲେ।
‘ଓଡ଼ିଶା ଫେରିଯିବି, ଉଦ୍ଧାର କର’
ଆମେରିକାରେ ଓଡ଼ିଆ ପୋଷ୍ୟ କନ୍ୟାକୁ ନିର୍ଯାତନା
ଓଡ଼ିଶା ଫେରାଇ ଆଣିବାକୁ ଆକୁଳ ନିବେଦନ
ସୋସିଆଲ୍ ମିଡିଆରେ ପୂଜା ଓରଫ ସେଜଲଙ୍କ ଗୁହାରୀ
ପାଳିତା ମାଆ ନିର୍ଯାତନା ଦେଉଥିବା ଆଣିଲେ ଅଭିଯୋଗ
୨୦୧୮ରେ ଆମେରିକୀୟ ଦମ୍ପତି ପୂଜାଙ୍କୁ ନେଇଯାଇଥିଲେ
୨୦୨୩ରେ ଭିସା ଅବଧି ଶେଷ ହୋଇଯାଇଥିବା ସୂଚନା
‘ଓଡ଼ିଶାକୁ ଫେରିଯିବାକୁ ମୁଖ୍ୟମନ୍ତ୍ରୀ ସହାୟତା କରନ୍ତୁ’
‘ଏଠି ମୋତେ କଷ୍ଟ ଦେଉଛନ୍ତି, ବହୁତ ଅତ୍ୟାଚାର କରୁଛନ୍ତି’




