ହରିଆଣାର ଝଜ୍ଜରରେ ଭୂକମ୍ପ ଝଟକା , ରିକ୍ଟର ସ୍କେଲରେ ତୀବ୍ରତା ୩.୧

ହରିଆଣାର-ଝଜ୍ଜରରେ-ଭୂକମ୍ପ-ଝଟକା-,-ରିକ୍ଟର-ସ୍କେଲରେ-ତୀବ୍ରତା-୩.୧

ଝଜ୍ଜର( ହରିଆଣା) – ହରିଆଣାର ଝଜ୍ଜରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିସ)ର ଅନୁସାରେ, ଭୂମିକମ୍ପ ରବିବାର ଦ୍ୱିପ୍ରହର ସମୟରେ ହରିଆଣାର ଝଜ୍ଜରରେ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ମପା ଯାଇଛି। ଏହି କାରଣରୁ ଲୋକେ ଭୟରେ ନିଜ ଘରୁ ବାହାରକୁ ଚାଲି ଆସିଥିଲେ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ପକ୍ଷରୁ ଏକ୍ସରେ ସେୟାର କରାଯାଇ ଥିଲା ଏକ ପୋଷ୍ଟରେ କୁହାଯାଇଛି ଯେ , ଭୂକମ୍ପ ଭାରତୀୟ ମାନକ ସମୟ (ଆଇଏସଟି) ଅନୁସାରେ , ୧୬: ୧୦: ୦୫ ରହିଥିଲା। ଏହାର କେନ୍ଦ୍ର ଝଜ୍ଜରରେ ହିଁ ୨୦ କିଲୋମିଟରର ଗଭୀରତାରେ ଥିବା କୁହାଯାଏ।

ଉଲ୍ଲେଖନୀୟ ଯେ, ଗୋଟିଏ ଦିନ ପୂର୍ବରୁ ହିଁ ରାଜସ୍ଥାନର ପର୍ଯ୍ୟଟନ ସ୍ଥଳ ମାଉଣ୍ଟ ଆବୁରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ମାଉଣ୍ଟ ଆବୁରେ ଶନିବାର ରାତିରେ ପାଖାପାଖି ୯ଟା ୩ ମିନିଟ୍‌ରେ ଭୂକମ୍ପର ଝଟକା ଅନୁଭବ ହୋଇଥିଲା। କୁହାଯାଏ ଯେ, ଭୂମିକମ୍ପ ଦୃଷ୍ଟିରୁ ସମ୍ୱେଦନଶୀଳ ମନେକରାଯାଉ ଥିବା ମାଉଣ୍ଟ ଆବୁର ପାହାଡ଼ ଗୁଡ଼ିକରୁ ଆସିବା ସହ ପୃଥିବୀ କମ୍ପି ଉଠିଥିଲା। 

ୟୁନିବାର୍ତ୍ତାର ରିପୋର୍ଟ ମୁତାବିକ, ମାଉଣ୍ଟ ଆବୁରେ ପାଖାପାଖି ୩୦ ସେକେଣ୍ଡରୁ ଅଧିକ ସମୟ ଯାଏ ଭୂମିକମ୍ପର ଝଟକା ଅନୁଭବ ହୋଇଥିଲା। ଭୂମିକମ୍ପ କାରଣରୁ ଲୋକେ ଭୟରେ ଘରୁ ବାହାରି ଆସି ଥିଲେ। ଏମିତି କି ଏଠାରେ ରେଷ୍ଟୁରାଣ୍ଟରେ ଭୋଜନ କରୁଥିବା ଲୋକେ ବାହାରୁ ଚାଲି ଆସି ଥିଲେ। 

Scroll to Top