Woman Rescued: ମହାନଦୀକୁ ଡେଇଁଥିବା ମହିଳା ଉଦ୍ଧାର, ବୁର୍ଲା ମେଡିକାଲକୁ ସ୍ଥାନାନ୍ତର

woman-rescued:-ମହାନଦୀକୁ-ଡେଇଁଥିବା-ମହିଳା-ଉଦ୍ଧାର,-ବୁର୍ଲା-ମେଡିକାଲକୁ-ସ୍ଥାନାନ୍ତର

ଚାଉଁରପୁର ବ୍ରିଜ୍ ଉପରୁ ଡେଇଁଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ବାହିନୀ ଉଦ୍ଧାର କରି ତାଙ୍କୁ ମେଡିକାଲକୁ ନେଇଛନ୍ତି । ପାରିବାରିକ କଳହରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

Tapan Kumar Swain

  • Published: Sunday, 10 August 2025
  • Last updated: 10 August 2025, 05:47 PM IST

RescuedCredit: OTV

Rescued

ମହାନଦୀକୁ ଡେଇଁଥିବା ମହିଳା ଉଦ୍ଧାର। ସମ୍ବଲପୁର ଚାଉଁରପୁରରେ ମହାନଦୀ ବ୍ରିଜ୍ ଉପରୁ ଡେଇଁଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମବାହିନୀ ଟିମ୍ ମହିଳାଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଛନ୍ତି। ସଂପୃକ୍ତ ମହିଳାଙ୍କ ବାପ ଘର ସମ୍ବଲପୁର ରେମେଡରେ ଓ ଶାଶୁ ଘର ସୁନାପାଲିରେ। ସ୍ବାମୀଙ୍କ ସହ ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳାଙ୍କ ବାପ ଘର ଲୋକେ। ତେବେ ସଂପୃକ୍ତ ମହିଳାଙ୍କୁ ସଦର ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସେଠାରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଥିଲା।

ଅଲଟ୍ରା ସାଉଣ୍ଡ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ମଧ୍ୟ ସେଠାରେ ଅଲଟ୍ରା ସାଉଣ୍ଡ ହୋଇପାରିନଥିଲା। ଫଳରେ ସେଠାରୁ ତାଙ୍କୁ ସଦର ହସ୍ପିଟାଲ ପାଖରେ ଥିବା ଘରୋଇ କ୍ଲିନିକକୁ ନିଆଯାଇଥିଲା। ଦୁର୍ଭାଗ୍ୟ ବଶତଃ ସେଠାରେ ବି ଅଲଟ୍ରା ସାଉଣ୍ଡ ହୋଇନପାରିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ଛାନଭିନ୍ ଚଳାଇଛି।

Also Read

ଅଧିକ ପଢ଼ନ୍ତୁ: ଚାମ୍ପିଅନ ହୋଇ ଖୁସିରେ ଫେରୁଥିଲେ, କିନ୍ତୁ ବାଟରେ ଜଣକୁ ନେଇଗଲା ଯମ

ଓଟିଭି ହ୍ଵାଟ୍ସଅପ

Scroll to Top