“ମେରିଟ୍” ଯୋଜନା କେନ୍ଦ୍ର କ୍ୟାବିନେଟର ମଞ୍ଜୁରି, ବୈଷୟିକ ଶିକ୍ଷାକୁ ଗୁଣାତ୍ମକ, ସର୍ବବ୍ୟାପୀ ଏବଂ ସର୍ବସ୍ପର୍ଶୀ କରିବ – ଧର୍ମେନ୍ଦ୍ର ପ୍ରଧାନ

“ମେରିଟ୍”-ଯୋଜନା-କେନ୍ଦ୍ର-କ୍ୟାବିନେଟର-ମଞ୍ଜୁରି,-ବୈଷୟିକ-ଶିକ୍ଷାକୁ-ଗୁଣାତ୍ମକ,-ସର୍ବବ୍ୟାପୀ-ଏବଂ-ସର୍ବସ୍ପର୍ଶୀ-କରିବ-–-ଧର୍ମେନ୍ଦ୍ର-ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଶିକ୍ଷା ମନ୍ତ୍ରଣାଳୟ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଦେଇଛି । ଜାତୀୟ ଶିକ୍ଷା ନୀତି ସହ ସମନ୍ୱୟ ରଖି ୧୭୫ ଇଞ୍ଜିନିୟରିଂ ପ୍ରତିଷ୍ଠାନ ଏବଂ ୧୦୦ ପଲିଟେକନିକକୁ ନେଇ ଗଠିତ ୨୭୫ଟି ବୈଷୟିକ ପ୍ରତିଷ୍ଠାନରେ  “ମେରିଟ୍” ଯୋଜନା କାର୍ଯ୍ୟକାରୀ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସ୍ୱାଗତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରାଖୀ ପୂର୍ଣ୍ଣିମାର ପୂର୍ବ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଛାତ୍ରଛାତ୍ରୀ ଏବଂ ଶିକ୍ଷା ସମୁଦାୟକୁ ଉପହାର । ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବୈଷୟିକ ଶିକ୍ଷାକୁ ଗୁଣାତ୍ମକ, ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଏବଂ ଶାସନକୁ ଉନ୍ନତ କରିବା ମେରିଟ୍ ଯୋଜନାର ଉଦ୍ଦେଶ୍ୟ । ଏହି ‘କେନ୍ଦ୍ରୀୟ କ୍ଷେତ୍ର ଯୋଜନା’କୁ କାର୍ଯ୍ୟକାରୀ କରିବା ପାଇଁ ୨୦୨୫-୨୬ ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୪୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ୪୨୦୦ କୋଟି ଟଙ୍କା ମଧ୍ୟରୁ ବିଶ୍ୱ ବ୍ୟାଙ୍କରୁ ଋଣ ଭାବରେ ୨୧୦୦ କୋଟି ଟଙ୍କା ସହାୟତା ମିଳିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଅଧୀନରେ ପ୍ରାୟ ୨୭୫ଟି ସରକାରୀ/ସରକାରୀ ସହାୟତା ପ୍ରାପ୍ତ ବୈଷୟିକ ପ୍ରତିଷ୍ଠାନକୁ ଚୟନ ଏବଂ ସମର୍ଥନ କରାଯିବାର ଆଶା କରାଯାଉଛି । ଏଥିରେ ମନୋନୀତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନଆଇଟି), ରାଜ୍ୟ ଇଞ୍ଜିନିୟରିଂ ପ୍ରତିଷ୍ଠାନ, ପଲିଟେକନିକ୍  ଏବଂ ଆଫିଲିଏଟିଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଏଟିୟୁ) ସାମିଲ ହେବ। ଏହା ବ୍ୟତୀତ, ବୈଷୟିକ ଶିକ୍ଷା କ୍ଷେତ୍ର ପରିଚାଳନା କରୁଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଭାଗଗୁଡ଼ିକୁ ମଧ୍ୟ ମେରିଟ୍ ଯୋଜନା ମାଧ୍ୟମରେ ସହାୟତା ଦିଆଯିବ। ଏହା ବ୍ୟତୀତ ପ୍ରାୟ ୭.୫ ଲକ୍ଷ ଛାତ୍ରଛାତ୍ରୀ ଏହି ଯୋଜନାରୁ ଉପକୃତ ହେବେ ।

Scroll to Top