V

v

ବ୍ରିଜ୍ ଉପରେ ଉଡ଼ି ଆସିଲା ବଡ଼ ବଡ଼ ପୋକ। ପୋକରେ ପିଟି ହୋଇ ତଳେ ପଡିଗଲେ ଲୋକେ। ବ୍ରିଜ୍ ଉପରେ ହଜାର ହଜାର ପୋକ ଆତଙ୍କରେ ବାଇକ୍, କାର୍, ବସ୍, ଟ୍ରକ୍ ସବୁ ଅଟକିଗଲା।

author-image

Insects

Insects Photograph: (OTV)

ମାଡ଼ି ଆସିଲା ପୋକ। ଏଣେତେଣେ ହେଇ ପୋକ ମାଡ଼ିଗଲା। ଯାଜପୁର ସଦର ଥାନା ଖରସ୍ରୋତା ସେତୁ ଉପରେ ଉଡ଼ୁଛି ହଜାର ହଜାର ପୋକ। ଭାଇରାଲ୍ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ପୋକ ସବୁ ଉଡୁଥିବା ରାସ୍ତାରେ ଯାଉଥିବା ଲୋକଙ୍କ ପରିସ୍ଥିତି ଅସହ୍ୟ ହୋଇପଡିଛି। ସ୍ଥିତି ଏମିତି ହୋଇଛି କି, ବାଇକରେ ଆସୁଥିବା ଲୋକେ ତଳେ ପଡ଼ି ଯାଉଛନ୍ତି। କାର୍, ବସ୍, ଟ୍ରକ୍  ସବୁ ଅଟକି ଯାଉଛି। 
ଯାଜପୁରରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଏହି ସେତୁ ଉପରେ ଏତେ ପରିମାଣର ପୋକ ଉଡ଼ି ଆସିଛନ୍ତି ଯେ ଯାଆସରେ ବ୍ୟାପକ ଅସୁବିଧା ସୃଷ୍ଟି ହୋଇଛି। ସେପଟେ ଏତେ ପୋକ ଆସିଲେ କେଉଁଠୁ, କେମିତି ନିରାକରଣ କରାଯିବ ସେ ନେଇ କୌଣସି ପଦକ୍ଷେପ ନିଆଯାଇନି।


•    ବ୍ରିଜ୍ ଉପରେ ଉଡ଼ି ଆସିଲା ବଡ଼ ବଡ଼ ପୋକ 
•    ପିଟି ହେଇ ତଳେ ପଡିଗଲେ ଲୋକେ 
•    ବ୍ରିଜ୍ ଉପରେ ହଜାର ହଜାର ପୋକ ଆତଙ୍କ
•    ବାଇକ୍, କାର୍, ବସ୍, ଟ୍ରକ୍ ସବୁ ଅଟକିଗଲା 

Scroll to Top