C

c

ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ IED ବିସ୍ଫୋରଣ ଯୋଗୁ ସହିଦ ହୋଇଛି CRPF 209 କୋବ୍ରାର ସାହସୀ ସ୍ନିଫର୍ କୁକୁର K9 ଷ୍ଟନର। CRPF 209 କୋବ୍ରା ବାଟାଲିୟନର ଯବାନ ଆହତ।

author-image

POLICE-DOG

POLICE-DOG Photograph: (OTV)

ନକ୍ସଲଙ୍କ ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିବା ବେଳେ ପୋଲିସ କୁକୁର ସହିଦ ହୋଇଛି । ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଛୋଟନାଗର ଥାନା ସରଣ୍ଡା ଜଙ୍ଗଲ ନିକଟରେ ଏହି ଆକ୍ରମଣ ହେଇଛି । ନକ୍ସଲମାନଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣ ଯୋଗୁ ଏହି ଅଘଟଣ ଘଟିଛି । 
ସହିଦ ହୋଇଛି CRPF 209 କୋବ୍ରା ର ସାହସୀ ସ୍ନିଫର୍ କୁକୁର K9 ଷ୍ଟନର ।  ଆହତ ଯବାନ CRPF 209 କୋବ୍ରା ବାଟାଲିୟନର ସୁମିତ. ଏମ୍ । ସେ ଡଗ୍  ହାଣ୍ଡଲର ଭାବେ କାର୍ଯ୍ୟରତ ଥିଲେ । ତେବେ ଏହି ସ୍ନିଫର ଡଗ୍ K9 ଷ୍ଟନର ନିଜର ପ୍ରାଣବଳି ଦେଇ ଶତାଧିକ ଯବାନଙ୍କ ଜୀବନ ବଞ୍ଚାଇଛି। 
ନକ୍ସଲମାନଙ୍କ ବିରୁଦ୍ଧରେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ IED ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।


•    ନକ୍ସଲ ଆକ୍ରମଣରେ ଜଣେ ଯବାନ ଆହତ, ପୋଲିସ କୁକୁର ସହିଦ
•    ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ସରଣ୍ଡା ଜଙ୍ଗଲର ଘଟଣା
•    ନକ୍ସଲଙ୍କ IED ବିସ୍ଫୋରଣ ଯୋଗୁ ଅଘଟଣ 
•    ସହିଦ ହୋଇଛି CRPF 209 କୋବ୍ରାର ସାହସୀ ସ୍ନିଫର୍ କୁକୁର K9 ଷ୍ଟନର
•    ଆହତ ଯବାନ CRPF 209 କୋବ୍ରା ବାଟାଲିୟନର ସୁମିତ. ଏମ୍ 
•    ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର

Scroll to Top